ରାୟପୁର:ଆଇଏଏସ୍ ହୁଅ କି ଆଇପିଏସ୍, ଯେଉଁ ପଦରେ ରହିଲେ ମଧ୍ୟ ସାଧାରଣ ଜନତାଙ୍କ ସହ ଉତ୍ତମ ବ୍ୟବହାର ନିହାତି ଆବଶ୍ୟକ ହୋଇ ପଡିଥାଏ । ଆବାଳ-ବୃଦ୍ଧ-ବନିତାଙ୍କ ସହ ମିଠା ସମ୍ପର୍କ ରଖିପାରିଲେ ଜଣେ ଭଲ ଅଧିକାରୀ ହୋଇପାରିବ । ସେମିତି ଜଣେ ଅଧିକାରୀ ହେଉଛନ୍ତି ଆଇଏଏସ୍ ଅବନୀଶ ସରଣ । ନାଁ ଯେମିତି ସୁନ୍ଦର, କାମ ମଧ୍ୟ ସେହିପରି ପ୍ରଶଂସନୀୟ । ସୋସିଆଲ ମିଡିଆରେ କେବଳ ତାଙ୍କରି ନାଁ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ କରନ୍ତି ଆଦର ଓ ସ୍ନେହ । କାହିଁକି ସେ ଏତେ ପ୍ରିୟ, କଣ ପାଇଁ ଲୋକଙ୍କ ହୃଦୟରେ ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ସ୍ଥାନ । ପଢନ୍ତୁ ଏହି ସ୍ପେଶାଲ ରିପୋର୍ଟ....
Rating Agency Better India Organisation ଦେଶରେ ଉତ୍ତମ କାମ କରୁଥିବା ସର୍ବଶ୍ରେଷ୍ଠ ଟପ୍ ୧୦ ଆଇଏଏସ୍(IAS) ଅଧିକାରୀଙ୍କ ସୂଚୀ ଜାରି କରିଥିଲେ । ଏହି ଲିଷ୍ଟରେ ଛତିଶଗଡର ଆଇଏଏସ୍ ଅବନୀଶ ସରଣ ୫ନଂରେ ସ୍ଥାନିତ ଅଛନ୍ତି । ଜଣାଇଦେବା ପାଇଁ ଚାହିଁବୁ ଯେ, ଅବନୀଶ ୨୦୦୯ ବ୍ୟାଚର IAS । ସେ ବର୍ତ୍ତମାନ ରାୟପୁରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ସିଇଓ(CEO) ପୋଷ୍ଟରେ ଉପନୀତ । ସେ ନିଜ କାମ ଓ ସରଳ ସ୍ବଭାବ ପାଇଁ ବେଶ୍ ଚର୍ଚ୍ଚାରେ । ବିଶେଷତଃ ସରଣ ଅଫିସର୍ସ ଓ ଜନତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ଅବନୀଶ ମୂଳ ରୂପରେ ବିହାର ସମସ୍ତିପୁର ଜିଲ୍ଲାର କେବଟା ଗାଁ ନିବାସୀ । ତାଙ୍କ ବାପା ଓ ଜେଜେବାପା ଶିକ୍ଷକ ଥିଲେ ।
ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ MARK LIST:
ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ସମୟରେ ଅବନୀଶ କହିଥିଲେ ଯେ, ତାଙ୍କ ଜୀବନ ବହୁ ସଂର୍ଘଷପୂର୍ଣ୍ଣ ଥିଲା । ତାଙ୍କ ଘରେ ବିଜୁଳି ନ ଥିଲା । ସେଥିପାଇଁ ସେ ଲଣ୍ଠନରେ ପାଠ ପଢିଥିଲେ । ୨୦୧୯ରେ ଯେତେବେଳେ ଜଣେ ପୁଅ ପରୀକ୍ଷାରେ କମ୍ ନମ୍ବର ଆସିବା ନେଇ ସୁସାଇଡ୍ କରିଥିଲା, ସେତେବେଳେ IAS ଅବନୀଶ ସରଣ ତାଙ୍କ ପରୀକ୍ଷା ଫଳର ମାର୍କସିଟ୍ ସେୟାର କରିଥିଲେ । ସେ ଲେଖିଥିଲେ ପରୀକ୍ଷାରେ କମ୍ ନମ୍ବର ଆସିବା ଅଥବା ଫେଲ ହୋଇଯିବା କାହାର ଦକ୍ଷତାକୁ ପ୍ରତିପାଦିତ କରିନଥାଏ । ଏହା କେବଳ ଏକ ନମ୍ବର । ଆପଣଙ୍କ ମଧ୍ୟରେ ଲୁଚି ରହିଥିବା ଦକ୍ଷତା ଆପଣଙ୍କୁ ବହୁତ ଆଗକୁ ନେଇଥାଏ । ଯେଉଁଥିରେ ସେ ୧୦ମ ଶ୍ରେଣୀରେ ୪୪.୫%, ଦ୍ବାଦଶ(୧୨)ରେ ୬୫% ଏବଂ ସ୍ନାତକରେ ୬୦.୭% ନମ୍ବର ହାସିଲ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କ ୧୦ମ ପରୀକ୍ଷା ୧୯୯୬, ଦ୍ବାଦଶ ପରୀକ୍ଷା ୧୯୯୮ ଏବଂ ସ୍ନାତକ ଡିଗ୍ରୀ ୨୦୦୨ରେ ପୁରା କରିଥିଲେ ।
ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ:
ଅବନୀଶ କୁମାର ସୋସିଆଲ ମିଡିଆରେ ବହୁ ସକ୍ରିୟ । ସେ ବହୁ ସମସ୍ୟାର ସମାଧାନ ଏମିତି ହିଁ କରିଦିଅନ୍ତି । ସେଥିପାଇଁ ତ ସେ ତାଙ୍କ ଫେସବୁକରେ ନିଜ ଜିଲ୍ଲାର ଲୋକଙ୍କ ପାଇଁ ୱାଟସ୍ ଅପ୍ ନମ୍ବର ସେୟାର କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ 'ମୁଁ ଆପଣଙ୍କ ପାଇଁ ସଦାସର୍ବଦା ୨୪ ଘଣ୍ଟା ପ୍ରସ୍ତୁତ ଅଛି । ଆପଣ ଯେବେ ଚାହିଁବେ ଫୋନ ଓ ମେସେଜ କରିପାରିବେ । ଏହା ବ୍ୟତୀତ ଦେଶରେ ଚାଲୁଥିବା କୌଣସି ମୁଦ୍ଦା ଉପରେ ମଧ୍ୟ ସେ ନିଜ ରାୟ ଖୋଲାଖୋଲି ପ୍ରକାଶ କରିପାରିବେ । ଅଧିକାଂଶ ସମୟରେ ସେ ଶିଶୁଙ୍କ ପାଠପଢା ଶୈଳୀକୁ ନେଇ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥାଆନ୍ତି । ଦାରିଦ୍ର୍ୟ ମଧ୍ୟରେ ଜଣେ ଶିଶୁ କିପରି ତାର ପାଠପଢାରୁ ବିଚ୍ୟୁତ ହୋଇନଥାଏ, ସେ ନେଇ ଅନେକ ଫଟୋ ଅବନୀଶ ସେୟାର କରିଥାଆନ୍ତି । ଛତିଶଗଡରେ ଥିବା ସମୟରେ ଜଣେ ବୃଦ୍ଧ ଲୋକ କେବଳ ଅବନୀଶଙ୍କୁ ଦେଖା କରିବା ପାଇଁ ୪୦ କି.ମି ଯାତ୍ରା କରିଆସିଥିଲେ । ଅବନୀଶ ତାଙ୍କ ସହ କଥା ହେବାସହ ହାତ ମିଳାଇଥିଲେ । ଏହାର ଫଟୋ ସେ ଟ୍ବିଟରରେ ସେୟାର କରିଥିଲେ ।
ସାଧାରଣ ସ୍ବଭାବ-ମିଷ୍ଟଭାଷୀ: