ଓଡିଶା

odisha

ETV Bharat / bharat

Western Seaboard ର ଟେକନିକାଲ ମୁଖ୍ୟ ହେଲେ IG ହୋମେଶ କୁମାର ଶର୍ମା - କୋଷ୍ଟଗାର୍ଡରେ ନୂଆ ନିଯୁକ୍ତି

ମୁମ୍ବାଇ ସ୍ଥିତ ନୌସେନାର ୱେଷ୍ଟର୍ଣ୍ଣ ସି’ ବୋର୍ଡ ମୁଖ୍ୟାଳୟର ଉପ-ମହାନିର୍ଦ୍ଦେଶକ (ଟେକନିକାଲ) ଭାବେ ନୂଆ ନିଯୁକ୍ତି ପାଇଲେ ଇନ୍ସପେକ୍ଟର ଜେନେରାଲ ହୋମେଶ କୁମାର ଶର୍ମା । ତାଙ୍କ ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ

IG  ହୋମେଶ କୁମାର ଶର୍ମା
IG ହୋମେଶ କୁମାର ଶର୍ମା

By

Published : Feb 18, 2022, 7:51 PM IST

ନୂଆଦିଲ୍ଲୀ: ମୁମ୍ବାଇ ସ୍ଥିତ ନୌସେନାର ୱେଷ୍ଟର୍ଣ୍ଣ ସି’ବୋର୍ଡ ମୁଖ୍ୟାଳୟର ଉପ-ମହାନିର୍ଦ୍ଦେଶକ (ଟେକନିକାଲ) ଭାବେ ନୂଆ ନିଯୁକ୍ତି ପାଇଲେ ଇନ୍ସପେକ୍ଟର ଜେନେରାଲ ହୋମେଶ କୁମାର ଶର୍ମା । ତାଙ୍କ ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

35 ବର୍ଷରୁ ଅଧିକ ସମୟ ଧରି ନୌସେନାରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ଜେନେରାଲ ହୋମେଶ କୁମାର ଶର୍ମା ଏକାଧିକ ସାମୁଦ୍ରିକ ଅପରେସନ ଓ ସୁରକ୍ଷାର ପରିଚାଳନା କରିବା ସହ ନୌସେନାକୁ ସୁଦୃଢ କରିବାରେ ବଡ ଅବଦାନ ଦେଇଛନ୍ତି । ନିଜ ଚାକିରୀ ଜୀବନ ମଧ୍ୟରେ ଆଣ୍ଡାମାନ ନିକୋବର, ଗୁଜୁରାଟ ଓ ମହାରାଷ୍ଟ୍ରରେ କାର୍ଯ୍ୟ କରିଛନ୍ତି ସେ ।

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରୁ ଇଂଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଶର୍ମା ଉତ୍କୃଷ୍ଟ ସେବା ପାଇଁ 2019 ରେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ।

@ANI

ABOUT THE AUTHOR

...view details