ନୂଆଦିଲ୍ଲୀ:ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ପ୍ରକାଶ କରିଛି ନୂଆ ତଥ୍ୟ । ଭାରତରେ କୋଭିଡ ଭୂତାଣୁର BA.4 ଏବଂ BA.5 ନାମକ ଦୁଇ ନୂଆ ଭ୍ଯାରିଆଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁର ଜଣେ 19 ବର୍ଷୀୟା ଯୁବତୀଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ତାଙ୍କ ନମୁନା ପରୀକ୍ଷଣରୁ ତାଙ୍କ ଠାରେ କୋଭିଡ ଭୂତାଣୁର BA.4 ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ତେଲେଙ୍ଗାନାର ଜଣେ 80 ବର୍ଷୀୟ ଆକ୍ରାନ୍ତଙ୍କ ଠାରେ ମଧ୍ୟ କୋଭିଡର BA.5 ପ୍ରକାର (ଭ୍ୟାରିଆଣ୍ଟ) ଚିହ୍ନଟ କରାଯାଇଥିବା INSACOG ସ୍ପଷ୍ଟ କରିଛି ।
ଅନ୍ୟ ଏକ ଚିନ୍ତାଜନକ କାରଣ ଏହାକି ଯେ, ଉଭୟ ନୂଆ ପ୍ରଜାତିର ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଅର୍ଥାତ ଦୁଇଟି ଟିକା ଗ୍ରହଣ କରିସାରିଛନ୍ତି । ସେମାନଙ୍କ ନିକଟରେ କେବଳ ସାମାନ୍ୟ ଲକ୍ଷଣ ଦେଖାଯାଉଥିବାବେଳେ ପରୀକ୍ଷାରୁ ଏହା ନୂଆ ପ୍ରଜାତି ବୋଲି ଜଣାପଡିଛି । ତେବେ ସଂକ୍ରମଣ ସତ୍ତ୍ବେ ମଧ୍ୟ ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ନପାଇବା ଆଶ୍ବସ୍ତିକର ବିଷୟ ବୋଲି କୁହଯାଉଛି ।