ଓଡିଶା

odisha

ETV Bharat / bharat

INS Vindhyagiri: ନୌସେନାକୁ ଉତ୍ସର୍ଗୀକୃତ କଲେ ରାଷ୍ଟ୍ରପତି - ଭାରତୀୟ ନୌସେନା ଜାହାଜ ଆଇଏନଏସ ବିନ୍ଧ୍ୟଗିରି

କୋଲକାତାରେ ‘INS ବିନ୍ଧ୍ଯଗିରି’କୁ ନୌସେନାକୁ ଉତ୍ସର୍ଗୀକୃତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସ୍ବଦେଶୀ ଲଢ଼ୁଆ ଜାହାଜରେ ରହିଛି ଅତ୍ଯାଧୁନିକ ଫିଚର । ପ୍ରୋଜେକ୍ଟ-7 ଆଲ୍ଫା ମିଶନର 6ଷ୍ଠ ଜାହାଜ ହେଉଛି ‘ବିନ୍ଧ୍ଯଗିରି’ । ଅଧିକ ପଢନ୍ତୁ

INS Vindhyagiri: ନୌସେନାକୁ ଉତ୍ସର୍ଗୀକୃତ କଲେ ରାଷ୍ଟ୍ରପତି
INS Vindhyagiri: ନୌସେନାକୁ ଉତ୍ସର୍ଗୀକୃତ କଲେ ରାଷ୍ଟ୍ରପତି

By

Published : Aug 17, 2023, 4:19 PM IST

Updated : Aug 17, 2023, 6:31 PM IST

କୋଲକାତା:ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଆଜି ନୌସେନାରେ ସାମିଲ ହୋଇଛି ଆଉ ଅତ୍ୟାଧୁନିକ ସ୍ବଦେଶୀ ନିର୍ମିତ ଫ୍ରିଗ୍ରେଟ ବର୍ଗର ଯୁଦ୍ଧ ଜାହାଜ ‘ଆଇଏନଏସ ବିନ୍ଧ୍ଯଗିରି’ । କୋଲକାତାରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି(ଗୁରୁବାର) ନୌସେନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜରେ ଭାରତୀୟ କ୍ଷେପଣାସ୍ତ୍ର ସ୍ବଦେଶୀ ପ୍ରଣାଳୀ ‘ବ୍ରହ୍ମୋସ’ ବହନ କରିବାର କ୍ଷମତା ବିକଶିତ ହୋଇଛି । ପ୍ରୋଜେକ୍ଟ-7 ଆଲ୍ଫା ମିଶନ ଅଧୀନରେ ଗାର୍ଡେନ ବିଚ୍‌ ସିପବିଲ୍ଡର୍ସ ଓ ଇନିଞ୍ଜିନିୟର୍ସ (GRSE) କମ୍ପାନୀ ଏହାକୁ କୋଲକାତା ସ୍ଥିତ ସିପୟାର୍ଡରେ ନିର୍ମାଣ କରିଛି ।

ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନୌସେନାରେ ସାମିଲ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ ଆର.ହରିକୁମାର ଓ ଅନ୍ୟ ସମସ୍ତ ଉଚ୍ଚସ୍ତରୀୟ ନୌସେନା ଅଧିକାରୀ ମଧ୍ୟ ସାମିଲ ରହିଥିଲେ । ପ୍ରୋଜେକ୍ଟ-7 ଆଲ୍ଫା ମିଶନରେ ଭାରତୀୟ ନୌସେନା ପାଇଁ 7ଟି ଅତ୍ୟାଧୁନିକ ନୀଲଗିରି କ୍ଲାସ ଫ୍ରିଗ୍ରେଟ ଶ୍ରେଣୀର ଯୁଦ୍ଧ ଜାହାଜ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ପ୍ରୋଜେକ୍ଟ-7 ଆଲ୍ଫା ମିଶନ:-

ଏହି ପ୍ରୋଜେକ୍ଟ ଅଧୀନରେ ସମସ୍ତ 7 ଲଢ଼ୁଆ ଜାହାଜର ନିର୍ମାଣ ଶେଷ କରି ଏହାକୁ 2025 ସୁଦ୍ଧା ଭାରତୀୟ ନୌସେନାରେ ସାମିଲ କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ମିଶନରେ ଏବେ ପର୍ଯ୍ୟନ୍ତ ପୂର୍ବରୁ 5ଟି ଓ ଆଜି ଗୋଟିଏକୁ ମିଶାଇ ମୋଟ 6ଟି ଯୁଦ୍ଧ ଜାହାଜ ନୌସେନାରେ ସାମିଲ କରାଯାଇ ସାରିଛି । ଏଗୁଡ଼ିକ ମଧ୍ୟରେ ଆଇଏନ୍‌ଏସ୍‌ ନୀଲଗିରି, ଉଦୟଗିରି, ତାରାଗିରି, ହିମଗିରି ଓ ଦୁନାଗିରି ରହିଛି । ଆଜି ସାମିଲ ହୋଇଥିବା ‘ଆଇଏନଏସ ବିନ୍ଧ୍ୟଗିରି’ ଏହି ପ୍ରକଳ୍ପର 6ଷ୍ଠ ଜାହାଜ । ଏହାକୁ କର୍ଣ୍ଣାଟକ ପଶ୍ଚିମଘାଟର ପ୍ରସିଦ୍ଧ ପାର୍ବତ୍ୟ ରେଞ୍ଜ୍‌ ‘ବିନ୍ଧ୍ଯଗିରି’ ନାମରେ ନାମିତ କରାଯାଇଛି ।

କେତେ ବିଶାଳ ‘ଆଇଏନଏସ ବିନ୍ଧ୍ଯଗିରି’:-

ଏହି ବିଶାଳ ଯୁଦ୍ଧପୋତର ମୋଟ ଓଜନ ରହିଛି 6,670 ଟନ୍‌ । ପ୍ରାୟ 488.10 ଫୁଟ୍‌ ଲମ୍ବା ଓ 58.7 ଫୁଟ୍‌ ପ୍ରସ୍ତ ବିଶିଷ୍ଟ ଏହି ବିଶାଳ ଯୁଦ୍ଧପୋତ ସମସ୍ତ ଅତ୍ୟାଧୁନିକ ବୈଷୟିକ ଫିଚର ଯଥା, ଯୋଗାଯୋଗ ପ୍ରଣାଳୀ, ରାଡାର ଓ କ୍ଷେପଣାସ୍ତ୍ର ପ୍ରଣାଳୀ ସହ ବିକଶିତ ହୋଇଛି । ଏଥିରେ 2ଟି ଡିଜେଲ ଓ 2ଟି ଇଲେକ୍‌ଟ୍ରିକ୍‌ ଇଞ୍ଜିନ ଇନ୍‌ଷ୍ଟଲ୍‌ ରହିଛି । ଯେକୌଣସି ପାଗରେ ଏହାରୁ ଗଭୀର ସମୁଦ୍ରରେ ନିୟୋଜିତ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ :-ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ, ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ !

ଏକାଧିକ ହେଲିକପ୍ଟର ଅବତରଣ ଓ ଉଡାଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ସର୍ବାଧିକ ଘଣ୍ଟାପ୍ରତି 59 କିମି ବେଗରେ ଗତି କରିପାରିବ ଏହି ବିଶାଳ ଯୁଦ୍ଧପୋତ । 35 ସେନାଧିକାରୀଙ୍କ ସହ 266 ନୌସେନା ଯବାନଙ୍କ ନିୟୋଜନ ପାଇଁ ଏଥିରେ ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି ଏହା ଏକକାଳୀନ ପ୍ରାୟ 4600 କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଯାହା କୌଣସି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ମିଶନ କିମ୍ବା ଅନ୍ତର୍ଜାତୀୟ ଅଭ୍ୟାସ ଓ ରେସ୍କ୍ୟୁରେ ଅଭିଯାନରେ ବ୍ୟବହାର କରାଯିବା ପାଇଁ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2023, 6:31 PM IST

ABOUT THE AUTHOR

...view details