ଓଡିଶା

odisha

ETV Bharat / bharat

ସମୁଦ୍ରରେ ବଢିଲା ଶକ୍ତି, ନୌସେନାରେ ସାମିଲ ହେଲା INS Vela - ମୁମ୍ବାଇ ନୌସେନା ବେସ

ନୌସେନାରେ ସାମିଲ ହେଲା ବୁଡାଜାହଜ INS Vela । ଅତ୍ୟାଧୁନିକ କ୍ଷମତା ସହ ବଢିବ ନୌସେନାର ଶକ୍ତି, କହିଲେ ନୌସେନା ମୁଖ୍ୟ । ଅଧିକ ପଢନ୍ତୁ

ନୌସେନାରେ ସାମିଲ ହେଲା INS Vela
ନୌସେନାରେ ସାମିଲ ହେଲା INS Vela

By

Published : Nov 25, 2021, 4:19 PM IST

ନୂଆଦିଲ୍ଲୀ:ନୌସେନାରେ ସାମିଲ ହେଲା ବୁଡାଜାହଜ INS Vela । ପଶ୍ଚିମ ନୌସେନା କମାଣ୍ତ (western naval base) ମୁମ୍ବାଇରେ ନୌସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂଙ୍କ ଉପସ୍ଥିତିରେ ଏହି ଚତୁର୍ଥ ସ୍କର୍ପିନ୍ ଶ୍ରେଣୀ (Scorpene-class submarine)ର ଅତ୍ୟାଧୁନିକ ବୁଡା ବୁଡ଼ାଜାହାଜ INS Velaକୁ ନୌସେନାରେ ବିଧିବଦ୍ଧ ସାମିଲ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ନୌସେନାର ମୁଖ୍ୟ ଆଡମିରାଲ କରାମବୀର ସିଂହ (navy chief admiral karambeer singh)କହିଛନ୍ତି, INS Vela ବର୍ତ୍ତମାନ ସମୟରେ ଭାରତୀୟ ନୌସେନାର ଏକ ପ୍ରମୁଖ ଅସ୍ତ୍ର ହେବାକୁ ଯାଉଛି । ଏହି ନୂତନ ଶ୍ରେଣୀର ଅତ୍ୟାଧୁନିକ ବୁଡା ଜାହଜକୁ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସାମର୍ଥ୍ୟ ଏବଂ ଫାୟାର ପାଓ୍ବାରରେ ବିକଶିତ କରାଯାଇଛି । ଯାହା ଯେକୌଣସି ପରିସ୍ଥିତିରେ କୌଣସି ଅପରେସନ (Navy exercise)କୁ ସଫଳତାର ସହ ରୁପ ଦେବ ।

ନୌସେନାରେ ସାମିଲ ହେଲା INS Vela

ଫ୍ରାନ୍ସର ନାଭାଲ୍ ଗ୍ରୁପ ସହଯୋଗରେ ମାଜାଗାଓନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ (Mazagaon Dock Shipbuilders Limited)ଦ୍ବାରା ଏହି ବୁଡ଼ାଜାହାଜ ନିର୍ମାଣ କରାଯାଇଛି । ପ୍ରଥମ INS-Vela 1973 ଅଗଷ୍ଟ ପହିଲାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ୩୭ ବର୍ଷ ନୌସେନାରେ ସେବା ଯୋଗାଇବା ପରେ 2010 ଜୁନ 25 ତାରିଖରେ ଏହାକୁ ସେବା ନିବୃତ୍ତ କରାଯାଇଥିଲା । ଏହି ଦ୍ବିତୀୟ ନବନିର୍ମିତ ବୁଡାଜାହାଜକୁ ସେହି ନାମରେ ନାମିତ କରାଯାଇଛି ।

ନିକଟରେ (guided missile destroyer) ଶ୍ରେଣୀର ଅନ୍ୟାଧୁନିକ ନବନିର୍ମିତ ଯୁଦ୍ଧ ଜାହଜ INS ବିଶାଖାପାଟନମ (INS Visakhapatnam)ଭାରତୀୟ ନୌସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ ହୋଇଥିଲା INS ବିଶାଖାପାଟନମ । ତେବେ ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ନୂତନ ଜାହଜ ସାମିଲ ଫଳରେ ଶକ୍ତିଶାଳୀ ହେଉଛି ଭରତୀୟ ନୌସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details