ଓଡିଶା

odisha

ଡ୍ୟୁ ପ୍ରଶାସନକୁ ହସ୍ତାନ୍ତର ହେଲା INS ଖୁଖରୀ

By

Published : Jan 29, 2022, 11:52 AM IST

ଭାରତୀୟ ନୌସେନା ଯୁଦ୍ଧପୋତ ଆଇଏନଏସ୍ ଖୁଖରୀ(INS Khukri) ଡ୍ୟୁ ପ୍ରଶାସନକୁ ହସ୍ତାନ୍ତରିତ ହୋଇଛି । ଏହାକୁ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବା ନେଇ ଗତକାଲି(ଶୁକ୍ରବାର) ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଡ୍ୟୁ ପ୍ରଶାସନକୁ ହସ୍ତାନ୍ତର ହେଲା INS ଖୁଖରୀ
ଡ୍ୟୁ ପ୍ରଶାସନକୁ ହସ୍ତାନ୍ତର ହେଲା INS ଖୁଖରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଯୁଦ୍ଧପୋତ ଆଇଏନଏସ୍ ଖୁଖରୀ(INS Khukri) ଡ୍ୟୁ ପ୍ରଶାସନକୁ ହସ୍ତାନ୍ତରିତ ହୋଇଛି । ଏହାକୁ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବା ନେଇ ଗତକାଲି(ଶୁକ୍ରବାର) ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୩୨ ବର୍ଷର ସେବା ପରେ ଏହି ମିସାଇଲ କାର୍ଭେଟକୁ ଗତ ଡିସେମ୍ବର ୨୩ ତାରିଖ ଦିନ ନୌସେନାରୁ ଅବସର ଦିଆଯାଇଥିଲା । ଯୁଦ୍ଧପାତରୁ ଅବସର ନେବା ପରେ ଏହାକୁ ସଂଗ୍ରହାଳୟ କରିବା ଲାଗି ହସ୍ତାନ୍ତର କରାଯାଇଛି ।

ତେବେ ଗତ ବୁଧବାର ଦିନ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଭାରତୀୟ ନୌସେନାର ଏକ ବିବୃତ୍ତିରେ କୁହାଯାଇଛି । କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରାନଗର ହାବେଳି, ଡାମନ ଏଣ୍ଡ ଡ୍ୟୁ ଓ ଲକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସେବାମୁକ୍ତ ଜାହାଜ ଆନୁଷ୍ଠାନିକ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଖୁଖରୀକୁ ମ୍ୟୁଜିୟମରେ ପରିଣତ କରିବାକୁ ଯୋଜନା କରାଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ସେବାମୁକ୍ତ ହୋଇଥିବା ଆଇଏନଏସ ଖୁଖରୀ ନାମରେ ଏହା ଏକ ଅନ୍ୟ ଜାହାଜ । ପ୍ରଥମ ଜାହାଜଟି ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନିଖୋଜ ହୋଇଯାଇଥିଲା । ଏହି ଜାହାଜର କମାଣ୍ଡ ମହାବୀର ଚକ୍ର ବିଜେତା ସ୍ୱର୍ଗତ କ୍ୟାପ୍ଟେନ ମହେନ୍ଦ୍ର ନାଥ ମୁଲ୍ଲାଙ୍କ ନେତୃତ୍ବରେ ଥିବା ବେଳେ ଡ୍ୟୁ ଉପକୂଳରେ ନିଖୋଜ ହୋଇଯାଇଥିଲା । ଏହି ଜାହାଜର ବୀର ସୈନିକଙ୍କ ସ୍ମୃତିରେ ଡ୍ୟୁରେ ଖୁଖରୀ ମେମୋରିଆଲ ସ୍ଥାପିତ ହୋଇଥିଲା ।

ଏହା ବର୍ତ୍ତମାନ ଖୁଖରୀ ମେମୋରିଆଲ ଭାବେ କାର୍ଯ୍ୟ କରୁଛି। ଏହି ମେମୋରିଆଲରେ ଆଇଏନଏସ୍ ଖୁଖରୀ (F149)ର ଏକ ଡିଜାଇନ ରହିଛି। ଏହାକୁ ସଂଗ୍ରାହଳୟରେ ରୂପାନ୍ତରିତ କରିବା ପାଇଁ ଜାନୁୟାରୀ ୧୪ ତାରିଖ ଦିନ ବିଶାଖାପାଟଣାରୁ ଡ୍ୟୁ ଉପକୂଳକୁ ନିଆଯାଇଥିଲା । ପୁରୁଣା ଜାହାଜର ଏକ ଛୋଟ ମଡେଲକୁ ବେଶ ସାଜସଜ୍ଜା କରି ରଖାଯାଇଛି। ଯାହା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର ହେବ ।

ABOUT THE AUTHOR

...view details