ଓଡିଶା

odisha

ETV Bharat / bharat

ଭାରତୀୟ ନୌସେନାରେ ସାମିଲ ହେଲା 'INS DHRUV' - ଟ୍ରାକିଂ ଜାହାଜ ଆଇଏନ୍‌ଏସ୍ ଧ୍ରୁବ

ସମୁଦ୍ରକୁ ଓହ୍ଲାଇଛି ଶକ୍ତିଶାଳୀ ମିସାଇଲ ଟ୍ରାକିଂ ଜାହାଜ ଆଇଏନ୍‌ଏସ୍ ଧ୍ରୁବ । ଏହାର ସର୍ଭିଲାନ୍ସ ସିଷ୍ଟମ ଅପରେସନ ପାଇଁ ଖର୍ଚ୍ଚ ହେବ ୧୪ ମେଗାୱାଟ ବିଦ୍ୟୁତ୍ । ଅଧିକ ପଢ଼ନ୍ତୁ...

ଭାରତୀୟ ନୌସେନାରେ ସାମିଲ ହେଲା 'INS DHRUV'
ଭାରତୀୟ ନୌସେନାରେ ସାମିଲ ହେଲା 'INS DHRUV'

By

Published : Sep 10, 2021, 10:13 PM IST

ନୂଆଦିଲ୍ଲୀ:ସମୁଦ୍ରକୁ ଓହ୍ଲାଇଛି ଶକ୍ତିଶାଳୀ ମିସାଇଲ ଟ୍ରାକିଂ ଜାହାଜ ଆଇଏନ୍‌ଏସ୍ ଧ୍ରୁବ । ଏହାର ସର୍ଭିଲାନ୍ସ ସିଷ୍ଟମ ଅପରେସନ ପାଇଁ ଖର୍ଚ୍ଚ ହେବ ୧୪ ମେଗାୱାଟ ବିଦ୍ୟୁତ୍ । ଏହି ଖର୍ଚ୍ଚ ହେବାକୁ ଥିବା ବିଦ୍ୟୁତ୍‌କୁ ନିଜେ ଉତ୍ପାଦନ କରିବାକୁ ସକ୍ଷମ ଆଇଏନ୍‌ଏସ୍‌ ଧ୍ରୁବ । ଏହି ଜାହାଜରେ ଲ୍ୟାଣ୍ଡ ବେସ୍‌ଡ ବାଲେଷ୍ଟିକ ମିସାଇଲ ରକ୍ଷଣାତ୍ମକ ସିଷ୍ଟମ ରହିଛି । ଏହି ଜାହାଜରେ ଶତ୍ରୁଙ୍କ ମିସାଇଲକୁ ଟ୍ରାକ କରି ମାରିବା କ୍ଷମତା ରହିଛି ।

ଭାରତ ଆଡ଼କୁ ଆସୁଥିବା ନ୍ୟୁକ୍ଲିଅର ମିସାଇଲକୁ ଟ୍ରାକ୍ କରିବ ଆଇଏନ୍‌ଏସ୍‌ ଧ୍ରୁବ । ଏହି ଶକ୍ତିଶାଳୀ ଜାହାଜ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହା ଭାରତୀୟ ନୌସେନାର ପ୍ରଥମ ନ୍ୟୁକ୍ଲିଅର ଟ୍ରାକିଂ ଜାହାଜ । ମୁଖ୍ୟତଃ ଚୀନ ଓ ପାକିସ୍ତାନ ଉପରେ ନଜର ରଖିବାକୁ ଏହି ଶକ୍ତିଶାଳୀ ଜାହାଜକୁ ସାମିଲ କରାଯାଇଛି । କାରଣ ଏହି ଦୁଇ ଦେଶ ସହ ଭାରତର ସମ୍ପର୍କ ଏତେଟା ଭଲ ନାହିଁ । ଏହାସହ ଦୁଇ ଦେଶ ପାଖରେ ନ୍ୟୁକ୍ଲିଅର ମିସାଇଲ ଶକ୍ତି ରହିଛି ।

ବିଶାଖାପାଟଣାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଜାହାଜକୁ ନୌସେନାରେ ସାମିଲ କରାଇଛନ୍ତି । ଡିଆର୍‌ଡିଓ(Defence Research Development Organization) ଓ ଏନ୍‌ଟିଆର୍‌ଓ(National Technology Research Organization) ସହଭାଗିତରେ ଆଇଏନଏସ୍‌ ଧ୍ରୁବ ପ୍ରସ୍ତୁତ ହୋଇଛି ।

ବିଶ୍ବରେ ଷଷ୍ଠ ଦେଶ ଭାବେ ନୌସେନାରେ ନ୍ୟୁକ୍ଲିଅର ମିସାଇଲ ଟ୍ରାକିଂ ଜାହାଜ ସାମିଲ କରାଇଛି ଭାରତ । ଏହାପୂର୍ବରୁ ଫ୍ରାନ୍ସ, ଆମେରିକା, ବ୍ରିଟେନ, ଋୁଷିଆ ଓ ଚୀନ ନିଜ ନୌସେନାରେ ଏଭଳି ଜାହାଜ ସାମିଲ କରାଇ ସାରିଛନ୍ତି । ମିସାଇଲ ଟ୍ରାକିଂ ସହ ଏହି ଜାହାଜରେ ସାଟେଲାଇଟ ଟ୍ରାକିଂ କ୍ଷମତା ମଧ୍ୟ ରହିଛି । ଏହି ଜାହାଜର ଓଜନ ମୋଟ 10 ହଜାର ଟନ୍‌ । ଏଥିରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସିଷ୍ଟମ ସହ ଟ୍ରେନିଂ ଆଣ୍ଟିନା ବ୍ୟବହାର ହୋଇଛି । ଭାରତ ମହାସାଗରରେ ଚୀନର ଗତିବିଧି ବର୍ତ୍ତମାନ ଠିକ ନାହିଁ । ଏଭଳି ସମୟରେ ଭାରତୀୟ ନୌସେନା ପାଇଁ ଏହି ଜାହାଜ ବହୁ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details