ବିଶାଖାପାଟଣା: କୋରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ‘ସମୁଦ୍ର ସେତୁ-2’ ଅପରେସନ ଆରମ୍ଭ ହୋଇଛି । ଦେଶକୁ ମହାମାରୀ ଲଢେଇରେ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଭାରତୀୟ ନୌସେନା । ଭାରତୀୟ ନୌସେନା ଜାହାଜ ଐରାବତ ଗୁରୁବାର ବିଶାଖାପାଟଣାରେ ତରଳ ମେଡିକାଲ୍ ଅମ୍ଳଜାନ (LMO), ଅମ୍ଳଜାନ ସିଲିଣ୍ଡର ନେଇ ପହଞ୍ଚିଛି । ଭିଏତନାମ ଏବଂ ସିଙ୍ଗାପୁରରୁ ଭେଣ୍ଟିଲେଟର ସମେତ କୋଭିଡ ରିଲିଫ୍ ସାମଗ୍ରୀ ନେଇ ପହଞ୍ଚିଛି INS ଐରାବତ୍ ।
7ଟି କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କରେ 158 MT ତରଳ ମେଡିକାଲ ଅମ୍ଳଜାନ, 2722 ଅମ୍ଳଜାନ ସିଲିଣ୍ଡର ସମେତ ଭିଏତନାମ ଏବଂ ସିଙ୍ଗାପୁରରୁ 10 ଭେଣ୍ଟିଲେଟର ନେଇ ପହଞ୍ଚିଛି ଐରାବତ୍ । ଏହାପୂର୍ବରୁ ମେ 10ରେ INS ଐରାବତ୍ 8ଟି କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର ଏବଂ ପ୍ରାୟ 4,000 ଅମ୍ଳଜାନ ସିଲିଣ୍ଡର ସହ ବିଶାଖାପାଟଣାରେ ପହଞ୍ଚିଥିଲା ।