ଓଡିଶା

odisha

ETV Bharat / bharat

Innovative Farming: ବାଡିରେ ଫଳିଲା Purple ଆଳୁ, ଭରି ରହିଛି ପୋଷକ ତତ୍ତ୍ବ - ମିଶ୍ରିଲାଲ ରାଜପୁତଙ୍କ ନିଆରା ଚାଷ

ମଧ୍ୟପ୍ରଦେଶର ଭୋପାଳରେ ଲାଲ ଭେଣ୍ଡି ପରେ ଏବେ ଫଳିଛି ବାଇଗଣୀ ଆଳୁ । ଆଉ ଏପରି କରି ଦେଖାଇଛନ୍ତି ଜଣେ ସଫଳ ଚାଷୀ । ଏହି ଆଳୁ ନା ଯେ କେବଳ ଦେଖିବାକୁ ଆକର୍ଷଣୀୟ ବରଂ ଏଥିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । ଫଳରେ ଧୀରେ ଧୀରେ ବଢିବାକୁ ଲାଗିଛି ଏହାର ବଜାର ଚାହିଦା । ଅଧିକ ପଢନ୍ତୁ

Innovative farming: ବାଡିରେ ଫଳିଲା Purple ଆଳୁ, ଭରି ରହିଛି ପୋଷକ ତତ୍ତ୍ବ
Innovative farming: ବାଡିରେ ଫଳିଲା Purple ଆଳୁ, ଭରି ରହିଛି ପୋଷକ ତତ୍ତ୍ବ

By

Published : Mar 19, 2022, 6:31 PM IST

Updated : Mar 19, 2022, 7:00 PM IST

ଭୋପାଳ: ଆଳୁକୁ କୁହାଯାଏ ପନିପରିବାର ରାଜା । ଏହା ବର୍ଷ ସାରା ଉପଲବ୍ଧ ହୋଇଥିବା ବେଳେ ପ୍ରତ୍ୟେକଟି ବ୍ୟଞ୍ଜନ ନିଶ୍ଚିତ ଭାବରେ ଦରକାର ହୋଇଥାଏ । ଆଳୁର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ । କିନ୍ତୁ ଆପଣ କେବେ ବାଇଗଣୀ ରଙ୍ଗର ଆଳୁ ଦେଖିଛନ୍ତି କି ? ତେବେ ଏଭଳି ଆକର୍ଷଣୀୟ ରଙ୍ଗର ଆଳୁ ଏବେ ବଜାରରେ ଉପଲବ୍ଧ ହୋଇଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଚାଷୀ ନିଜ ବାଡ଼ିରେ ଏଭଳି ଭିନ୍ନ ରଙ୍ଗର ଆଳୁ ଫଳାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେବେ ଏହା ନା ଯେ କେବଳ ଦେଖିବାକୁ ଆକର୍ଷଣୀୟ ବରଂ ଏଥିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । ଫଳରେ ଧୀରେ ଧୀରେ ଏହାର ଚାହିଦା ବଢିବାକୁ ଲାଗିଛି ।

Innovative farming: ବାଡିରେ ଫଳିଲା Purple ଆଳୁ, ଭରି ରହିଛି ପୋଷକ ତତ୍ତ୍ବ
  • ଲାଲ ଭେଣ୍ଡି ପରେ ବାଇଗଣୀ ଆଳୁ

ମଧ୍ୟ ପ୍ରଦେଶର କୃଷକମାନେ ରଙ୍ଗୀନ ପନିପରିବା ଚାଷ କରି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟନ୍ବିତ କରୁଛନ୍ତି । କିଛି ମାସ ପୂର୍ବେ ଭୋପାଳର ଜଣେ କୃଷକ ଲାଲ୍ ଭେଣ୍ଡି ଚାଷ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ବର୍ତ୍ତମାନ ଚାଷୀ ଜଣକ ବାଇଗଣୀ ରଙ୍ଗର ଆଳୁ ଚାଷ କରିଛନ୍ତି । ଏହି ଆଳୁର ବିବିଧତା ସାଧାରଣ ଆଳୁ ସହିତ ସମାନ । କିନ୍ତୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ଅଧିକ ଲାଭଦାୟକ ଅଟେ । ଏଥି ସହିତ ଏହାର ମୂଲ୍ୟ ସାଧାରଣ ଆଳୁ ଠାରୁ ଅଧିକ ରହିଛି । ଯାହାକି ଚାଷୀଙ୍କୁ ଲାଭବାନ କରିଛି ।

  • ସିମଲାର ଆଳୁ ଅନୁସନ୍ଧାନ ସଂସ୍ଥାରୁ କିଣିଥିଲେ ମଞ୍ଜି

ରାଜଧାନୀ ଭୋପାଳର ଖଜୁରୀ କଲାରେ ରହୁଥିବା ଜଣେ କୃଷକ ମିଶ୍ର୍ରିଲାଲ ରାଜପୁତ କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ ସିମଲାରୁ ଏହି ଆଳୁ ମଞ୍ଜିକୁ କିଣିଥିଲେ । ତା' ପରେ ଏହାକୁ ନିଜ କ୍ଷେତରେ ଉତ୍ପାଦନ ପାଇଁ ରଖିଥିଲେ। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ସମତଳ ଭୂମିରେ ଏହି ବିଭିନ୍ନ ପ୍ରକାରର ନୀଳକଣ୍ଠ ଆଳୁ ଚାଷ ପାଇଁ ଉପଯୁକ୍ତ ଥିଲା । ଏହାପରେ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ଆଳୁକୁ ଏଠାରେ ଚାଷ କରିଥିଲେ ମିଶ୍ରିଲାଲ ।

  • ୨ ଏକରରେ ଚାଷ ହେଉଛି ନୀଳକଣ୍ଠ ଆଳୁ

ଖଜୁରୀ କଲାର ଚାଷୀ ମିଶ୍ରିଲାଲ ରାଜପୁତ କହିଛନ୍ତି ଯେ ୨ ଏକର ଜମିରେ ଏହି ନୂତନ ପ୍ରକାରର ଆଳୁ ଲଗାଯାଇଛି । ଆଗାମୀ ସମୟରେ ସେମାନେ ଏହାକୁ 10 ଏକରରେ ଉତ୍ପାଦନ କରିବାକୁ ଯୋଜନା କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଛି । ବିଶେଷ କଥା ହେଉଛି ଏହାର ମୂଲ୍ୟ ସାଧାରଣ ଆଳୁଠାରୁ ଅଧିକ । ଯେଉଁଥିପାଇଁ ଏହା ଅଧିକ ଲାଭ ଯୋଗାଇବ । ଏହି ଆଳୁ ବଜାରରେ କିଲୋଗ୍ରାମରୁ 25 ରୁ 30 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

Innovative farming: ବାଡିରେ ଫଳିଲା Purple ଆଳୁ, ଭରି ରହିଛି ପୋଷକ ତତ୍ତ୍ବ
  • ସାଧାରଣ ଆଳୁ ତୁଳନାରେ ଅଧିକ ପୁଷ୍ଟିକର

ଏହି ଆଳୁର ଉତ୍ପାଦନ ସାଧାରଣ ଧଳା ଆଳୁ ପରି କିନ୍ତୁ ଏହା ଅନ୍ୟ ଧଳା ଆଳୁ ଅପେକ୍ଷା ଅଧିକ ପୁଷ୍ଟିକର । ଏଥିରେ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଅନ୍ୟପଟେ ଏହାର ପୁଷ୍ଟିକର ମୂଲ୍ୟ ବିଷୟରେ କହିବାକୁ ଗଲେ ଏଥିରେ ଧଳା ଆଳୁ ଅପେକ୍ଷା କମ୍ ଷ୍ଟାର୍ଚ୍ଚ ରହିଥାଏ । ଏଥିରେ ଉତ୍ତମ ପୋଷକ ତତ୍ତ୍ବ ରହିଥାଏ । ଉଚ୍ଚ ରକ୍ତଚାପରେ ପୀଡିତ ଲୋକଙ୍କ ପାଇଁ ବାଇଗଣୀ ଆଳୁ ଅତ୍ୟନ୍ତ ଲାଭଦାୟକ । ଏହା ରକ୍ତରେ ଚିନି ପରିମାଣକୁ ନିୟନ୍ତ୍ରଣ ରଖେ ।

  • ଆଳୁର ହେବ ଟେଷ୍ଟିଂ

ମଧ୍ୟପ୍ରଦେଶ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ବିଏସ କୁଶବାହା ଏହି ବାଇଗଣୀ ଆଳୁ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଏହାର ଟେଷ୍ଟିଂ କରାଯିବ ବୋଲେ ସେ କହିଛନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିବାରୁ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

  • ପ୍ରଥମେ ଫଳାଇଥିଲେ ଲାଲ ଭେଣ୍ଡି

ଏହାପୂର୍ବରୁ କୃଷକ ମିଶ୍ର୍ରିଲାଲ ରାଜପୁତ ଲାଲ ରଙ୍ଗର ଭେଣ୍ଡି ଉତ୍ପାଦନ କରିଥିଲେ । ଯାହାର ମୂଲ୍ୟ କିଲୋଗ୍ରାମ ପିଛା 800 ଟଙ୍କା ରହିଥିଲା । ସାଧାରଣତଃ ଭେଣ୍ଡିର ରଙ୍ଗ ସବୁଜ । କିନ୍ତୁ ମିଶ୍ର୍ରିଲାଲ ଏକ ନୂତନ ପ୍ରକାରର ବିହନ ଆଣି ଲାଲ୍ ଭେଣ୍ଡି ଫଳାଇଥିଲେ । ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ଭେଣ୍ଡି ହୃଦରୋଗ, ରକ୍ତଚାପ, ମଧୁମେହ ଏବଂ ଉଚ୍ଚ କୋଲେଷ୍ଟ୍ରଲ ସମସ୍ୟା ପାଇଁ ବହୁତ ଉପଯୋଗୀ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 19, 2022, 7:00 PM IST

ABOUT THE AUTHOR

...view details