ଓଡିଶା

odisha

By

Published : Aug 11, 2023, 5:49 PM IST

Updated : Aug 11, 2023, 6:12 PM IST

ETV Bharat / bharat

ହୋମୱାର୍କ ନକରିବାରୁ 50 ବେତ ପ୍ରହାର ଓ 200 ଥର ଉଠବସ, ଛାତ୍ରୀ ଗୁରୁତର

ହୋମୱାରକ ନକରିବାରୁ ଶିଶୁକୁ ଦଣ୍ଡ ।ସରକାର ଶିକ୍ଷା ଅନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋସଣା କରୁଥିବା ବେଳେ ଉତ୍ତରପ୍ରବେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଦାଆଯାଇଥିବା ହୋମୱାରକ ନକରିବାରୁ ଜଣେ ଶିଶୁଙ୍କୁ ଅମାନୁସିକ ଭାବେ ଦଣ୍ଡ ଦେଇଛନ୍ତି ସ୍କୁଲର ଜଣେ ଶିକ୍ଷକ।

ହୋମୱାର୍କ ନକରିବାରୁ 50 ବେତ ପ୍ରହାର ଓ 200 ଥର ଉଠବସ, ଛାତ୍ରୀ ଗୁରୁତର
ହୋମୱାର୍କ ନକରିବାରୁ 50 ବେତ ପ୍ରହାର ଓ 200 ଥର ଉଠବସ, ଛାତ୍ରୀ ଗୁରୁତର

ଲକ୍ଷ୍ନୌ: ହୋମୱାରକ ନକରିବାରୁ ଛାତ୍ରୀଙ୍କୁ ସାର୍‌ଙ୍କ ନିର୍ଦ୍ଦୟୀ ଦଣ୍ଡ । ସରକାର ଶିକ୍ଷା ଅନୁଷ୍ଠାନଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରୁଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଦିଆଯାଇଥିବା ହୋମୱାର୍କ ନକରିବାରୁ ଜଣେ ଛାତ୍ରୀଙ୍କୁ ଅମାନୁସିକ ଭାବେ ଦଣ୍ଡ ଦେଇଛନ୍ତି ସ୍କୁଲର ଜଣେ ଶିକ୍ଷକ । ଶିକ୍ଷକ ଜଣକ ଶିଶୁଟିକୁ 50 ବେତ ପାହାର ଦେବା ସହ 200 ଥର ବସ ଉଠ କରାଇଛନ୍ତି । ଉତ୍ତରପ୍ରଦେଶ ମିର୍ଜାପୁରର ସାବରି ଚୁଙ୍ଗି ଅଞ୍ଚଳର ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଏଭଳି ଦଣ୍ଡ ମଳିବା ପରେ ବର୍ତ୍ତମାନ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ଛାତ୍ରୀଙ୍କ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ନେଇ ଫେରାଦ ହୋଇଛନ୍ତି ।

ସୂଚନା ମୁତାବକ ଗତ ସୋମବାର ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଏଭଳି ଅକଥନୀୟ ଦଣ୍ଡର ଶିକାର ହୋଇଛନ୍ତି । ମିର୍ଜାପୁରର ସ୍କୁଲରେ ଜଣେ ଶିକ୍ଷକ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତର କିଛି ହୋମୱାର୍କ ଦେଇଥିଲେ । କୌଣସି କାରଣରୁ ଜଣେ ଛାତ୍ରୀ ହୋମୱାର୍କ କରି ପାରିନଥିଲେ । ଏହା ଯେତେବେଳେ ଶିକ୍ଷକ ଜଣକ ଜାଣିଲେ ଛାତ୍ରୀ ଜଣଙ୍କୁ ପ୍ରଥମେ 50 ବେତ ପାହାର ଦେଇଥିଲେ । ଏହାପରେ ରାଗରେ ପୁନଃ 200 ଥର ଉଠବସ ବି କରାଇଥିଲେ । ଏଭଳି କଡ଼ା ଦଣ୍ଡ ପରେ ଶାରିରୀକ ଓ ମାନସିକ ଭାବେ ଛାତ୍ରୀ ଜଣକ ଅସୁସ୍ଥ ହୋଇପଡିଥଇଲେ । ଯାହାକୁ ନେଇ ମଙ୍ଗଳବାର ଦିନ ଛାତ୍ରୀଙ୍କ ପିତା ବିକାଶ କୁମାର ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ଜିଲ୍ଲା ଶିକ୍ଷା ଅଧିକାରୀ ଅନିଲ କୁମାର ବର୍ମା ଏହାକୁ ନେଇ କହିଛନ୍ତି, "ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି । ଘଟଣାର ତଦନ୍ତ ପରେ ଶିକ୍ଷକ ଜଣକ ଦୋଶୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବ୍ଲକ ଶିକ୍ଷାଅଧିକାରିଙ୍କୁ ନିର୍ଦେଶ ଦିଆଯାଇଛି ।" ସେପଟେ ଶିକ୍ଷକଙ୍କ ମାଡ଼ ଭୟରେ ଛାତ୍ରୀ ଜଣକ ଆଉ ସ୍କୁଲ୍‌ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ....ଏମିତି ଏକ ସ୍କୁଲ, ଭୁଲ କଲେ ଦଣ୍ଡ ବଦଳରେ ମିଳେ ନିମ୍ବ ଜୁସ୍‌

ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ଜଣେ ଛାତ୍ରୀଙ୍କୁ ମାଡ଼ ଓ ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧରେ ସ୍କୁଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇଥିଲେ ଗ୍ରାମବାସୀ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅସନା ଗ୍ରାମ ସ୍କୁଲରେ । ଅସନା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିରୋଧ କରି ସ୍କୁଲ ତାଲ ପକାଇଥିଲେ ଗ୍ରାମବାସୀ । ତେବେ ଏସବୁ ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କିଛି ଦିନ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ ।

ସେହିଭଳି ଏପ୍ରିଲ ମାସ ୮ ତାରିଖ ଦିନ ବିଦ୍ୟାଳୟର ଚାରିଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀମାନେ ତାଙ୍କ ଅଭିଭାବକମାନଙ୍କୁ ଜଣାଇବା ପରେ ଛାତ୍ରୀଙ୍କୁ ସେଠାରୁ ଆଣି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଙ୍କୁ ମାଡ଼ ମାରିଥିବା ଘଟଣାକୁ ନେଇ ଅଭିଭାବକମାନେ ଗତ ୧୧ ତାରିଖରେ ରାଇରଙ୍ଗପୁର ଏସ୍‌ଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏତେସବୁ ଘଟଣାକୁ ପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବିଦ୍ୟାଳୟରେ ତାଲା ପକାଇଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Aug 11, 2023, 6:12 PM IST

ABOUT THE AUTHOR

...view details