ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ(Maharashtra cabinet minister Chandrakant Patil) ମୁହଁରେ କାଳି ଫିଙ୍ଗିଲେ ଯୁବକ । ବାବା ସାହେବ ଅମ୍ବେଦକର ଓ ମହାତ୍ମା ଜ୍ୟୋତିବା ପୁଲେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ (Remark on Dr BR Ambedkar and Mahatma Jyotiba Phule) ଦେଇଥିବାରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଗତକାଲି(ଶନିବାର) ଦିନ ପିମ୍ପ୍ରିରେ ଯୁବର ଜଣକ ମନ୍ତ୍ରୀଙ୍କ ମୁହଁକୁ କାଳି ଫିଙ୍ଗି ଦେଇଥିଲେ । ତେବେ ସେହି ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଚିଞ୍ଚୱାଡରେ ଏକ କୋଠାରୁ ନୀଳ ଡ୍ରେସ ପିନ୍ଧିଥିବା ଏକ ଯୁବକ ବାହାରି ଚନ୍ଦ୍ରକାନ୍ତ ପାଟିଲଙ୍କ ଆଡକୁ ଯାଉଛନ୍ତି । ଏହାପରେ ଉକ୍ତ ବ୍ୟକ୍ତି ଜଣକ ପାଟିଲଙ୍କ ମୁହଁକୁ କାଳି ଫିଙ୍ଗିଦେଇଥିବା ନେଇ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି । ଏହାପରେ ପାଟିଲଙ୍କ ସହ ରହିଥିବା ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ କାବୁ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଦାଦାବଟି ପାଇଁ ପୁରୀରେ ବଢୁଛି ଦାଦାଗିରି, କେତେ ସୁରକ୍ଷିତ ପର୍ଯ୍ୟଟକ ?
ସୂଚନାଅନୁସାରେ, ଗୁରୁବାର ଦିନ ଔରଙ୍ଗାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ବାବା ସାହେବ ଅମ୍ବେଦକର ଓ ମହାତ୍ମା ଜ୍ୟୋତିବା ପୁଲେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ‘‘ସ୍କୁଲ ଖୋଲିବା ପାଇଁ ବାବା ସାହେବ ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେ ଲୋକମାନଙ୍କ ପାଖକୁ ଯାଇ ଭିକ୍ଷା ମାଗିଥିଲେ ।’’ ଏଭଳି ମନ୍ତବ୍ୟ ଦେବାର ଦିନକ ପରେ ଯୁବକ ଜଣକ ମନ୍ତ୍ରୀଙ୍କ ମୁହଁକୁ କାଳି ଫିଙ୍ଗିଥିଲେ ।