ନୂଆଦିଲ୍ଲୀ:ଭାରତକୁ ଶାସନ କରିଥିବା ବ୍ରିଟେନ ଉପରେ ଏବେ ରାଜ କରିବେ ଭାରତୀୟ ବଂଶୋଦ୍ଭବ । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପ୍ରତିନ୍ଦ୍ବନ୍ଦୀ ବୋରିସ ଜନସନ ଓ ପେନ୍ନୀ ମୋର୍ଡାଣ୍ଟ ଓହରିବା ପରେ ବାଜି ମାରି ନେଇଛନ୍ତି ସୁନକ । ସୁନକଙ୍କ ଏ ସଫଳତା ପାଇଁ ତାଙ୍କୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଋଷି ସୁନକଙ୍କୁ ତାଙ୍କ ଶ୍ବଶୁର ତଥା ଇନଫୋସିସ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ଶୁଭେଚ୍ଛା ଜଣାଇଛନ୍ତି । ସୁନକଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି ଏନଆଇ ନାରାୟଣ ।
ଏନଆର ନାରାୟଣ କହିଛନ୍ତି, ''ଆମେ ଋଷି ସୁନକଙ୍କ ପାଇଁ ଗର୍ବିତ । ଆଗାମୀ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ବ୍ରିଟେନବାସୀଙ୍କ ପାଇଁ ସେ ସମସ୍ତ ଭଲ କାମ କରିବେ ଆମର ବିଶ୍ବାସ ରହିଛି ।'' 42 ବର୍ଷୀୟ ଭାରତୀୟ ବଂଶୋଦ୍ଭୋବ ଋଷି ସୁନକ ବ୍ରିଟେନର ମଙ୍ଗ ଧରିଛନ୍ତି । କଞ୍ଜରଭେଟିଭ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନ୍ନି ମୋର୍ଡାଣ୍ଟ ପଛରେ ପକାଇ ରୁଷି ସୁନକ ବିଜୟ ହାସଲ କରିଛନ୍ତି ।
ପୂର୍ବରୁ ପ୍ରଧାମନ୍ତ୍ରୀ ଦୌଡରେଥିବା ସୁନକ ଲିଜ ଟ୍ରସଙ୍କଠୁ ପରାସ୍ତ ହୋଇଥିଲେ । ଦେଶର ଅର୍ଥନୈତିକ ସଙ୍କଟର ସମାଧାନରେ ବିଫଳ ହୋଇଥିଲେ ଟ୍ରସ । ଫଳରେ 45 ଦିନରେ ଟ୍ରସଙ୍କୁ ଗାଦି ଛାଡିବାକୁ ପଡିଥିଲା । ପୁଣି ନିର୍ବାଚନ ହୋଇଥିବା ଫଳରେ ଋଷିଙ୍କୁ 180ରୁ ଅଧିକ ସାଂସଦଙ୍କୁ ସମର୍ଥନ ମିଳିଥିଲା । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।