ଶ୍ରୀନଗର:ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ସୀମାପାର ଆତଙ୍କୀଙ୍କ ଏକ ବଡ ଧରଣର ଅନୁପ୍ରେବଶ ଯୋଜନାକୁ ପଣ୍ଡ କରିଛି ଭାରତୀୟ ସୀମା ସୁରକ୍ଷା ବଳ (terrorist killed by indian force) । ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବେଳେ ସୀମା ସୁରକ୍ଷା ବଳର ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା ହୋଇଥିବା ମଧ୍ୟ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର LOC ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏହି ଉଦ୍ୟମ ଜାରି ରହିଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ପାକିସ୍ତାନୀ ଆତଙ୍କୀକୁ ନିପାତ କରିବା ସହ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାରେ ସଫଳ ହୋଇଛି ।
ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ପୂର୍ବାହ୍ନ 10 ରେ ଏହି ଘଟଣା ଘଟିଥିଲା । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧଙ୍କ ଗିତିବିଧି ନେଇ ବିଏସଏଫକୁ ସୂଚନା ମିଳିଥିଲା । ସେମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଯବାନ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଆତଙ୍କୀ ନିପାତ ହୋଇଥିଲା । ଅନ୍ୟ କିଛି ଆତଙ୍କୀ ଖସି ଯିବାରେ ସକ୍ଷମ ହୋଇଥିଲେ ।