ଶ୍ରୀନଗର:କାଶ୍ମୀରରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି ଅନୁପ୍ରବେଶ ଉଦ୍ୟମ । ଚଳିତ ୨୦୨୧-୨୨ ବର୍ଷରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଗତ ୫ବର୍ଷ ମଧ୍ୟରେ ସର୍ବାଧିକ ହ୍ରାସ ପାଇଛି (MHA report on Infiltration in jk)। ଏହି ବର୍ଷ ମାତ୍ର ୭୩ଟି ସୀମା ପାର ଉଦ୍ୟମ ହୋଇଛି । ଯାହାକି ଗତ ୫ବର୍ଷର ରେକର୍ଡ ତୂଳନାରେ ସର୍ବନିମ୍ନ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ୪୧୯ ଟି ଅନୁପ୍ରବେଶ ଉଦ୍ୟମ ଘଟଣା ସାମ୍ନାକୁ ଆସିଥିଲା । ସେହିପରି ବର୍ଷ ୨୦୧୮ରେ ୩୨୮ଟି ଘଟଣା, ୨୦୧୯ ରେ ୨୧୬, ୨୦୨୦ ରେ ମାତ୍ର ୯୯ଟି ଅନୁପ୍ରବେଶ ଘଟଣା ଘଟିଥିବା ସରକାରୀ ଭାବେ ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଏହି ସଂଖ୍ୟା ୨୦୨୧-୨୨ ରେ ଆହୁରି ହ୍ରାସ ପାଇ ମାତ୍ର ୭୩ ରେ ସୀମିତ ରହିଛି ।