ଓଡିଶା

odisha

ETV Bharat / bharat

Infant protection day: ଆଜିର ଶିଶୁ କାଲିର ଭବିଷ୍ୟତ - infant protection day

ନବଜାତକଙ୍କ ଉପଯୁକ୍ତ ଯତ୍ନ ମାଧ୍ୟମରେ ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ସଚେତନତା ସୃଷ୍ଟିର ଲକ୍ଷ୍ୟ ନେଇ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଶିଶୁ ସୁରକ୍ଷା ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

infant protection day
infant protection day

By

Published : Nov 7, 2021, 1:42 PM IST

ହାଇଦ୍ରାବାଦ: ଶିଶୁ ହସିଲେ ଦେଶ ହସିବ । ଏଥିପାଇଁ କୁହାଯାଏ ଆଜିର ଶିଶୁ କାଲିର ଭବିଷ୍ୟତ । ତେଣୁ ଶିଶୁଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଆଜି ଏହି ନବଜାତକଙ୍କ ସୁରକ୍ଷା ଦିବସ । ନବଜାତକଙ୍କ ଉପଯୁକ୍ତ ଯତ୍ନ ମାଧ୍ୟମରେ ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ସଚେତନତା ସୃଷ୍ଟିର ଲକ୍ଷ୍ୟ ନେଇ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଶିଶୁ ସୁରକ୍ଷା ଦିବସ ପାଳନ କରାଯାଉଛି ।

ଜନ୍ମ ପରବର୍ତ୍ତୀ କିଛି ଦିନ ଶିଶୁଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେମାନଙ୍କ ଅତିରିକ୍ତ ଯତ୍ନ ନିହାତି ଆବଶ୍ୟକ । ଆମ ଦେଶରେ ସୁରକ୍ଷା ଓ ଉପଯୁକ୍ତ ଯତ୍ନ ଭାବରୁ ଅଧିକାଂଶ ନବଜାତକଙ୍କ ମୃତ୍ୟୁ ଘଟିଥାଏ । ଏପରିକି ଆମ ଦେଶରେ ଶିଶୁ ମୃତ୍ୟୁହାର ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି । ବିଜ୍ଞାନ ଓ ଜ୍ଞାନ କୌଶଳ ଯେତେ ଉନ୍ନତ କରିଥିଲେ ମଧ୍ୟ ଆଜି ବି ଅନେକ ସ୍ଥାନରେ ସଚେତନତା ପହଞ୍ଚି ପାରିନି । ଫଳରେ ଶିଶୁ ବିକ୍ରି, ହତ୍ୟା, ଅପହରଣ ଭଳି ଅନେକ ସମ୍ବେଦନଶୀଳ ଘଟଣା ଘଟୁଛି ।

ତେଣୁ ସରକାର ଅନେକ ଏନଜିଓ ନବଜାତକଙ୍କ ଯତ୍ନ ପାଇଁ ଉତ୍ତମ ସେବା ପ୍ରଦାନ ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଗାଁକୁ ଗାଁ ବୁଲି ଏନଜିଓ କର୍ମୀମାନେ ନବଜାତକଙ୍କ ସୁରକ୍ଷା ପାଇଁ ସଚେତନ କରାଉଛନ୍ତି । କେବଳ ସାମାଜିକ ସଂଗଠନର ପ୍ରୟାସର ନବଜାତକ ସୁରକ୍ଷିତ ହୋଇଯିବେ ତାହା ନୁହେଁ । ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ଯତ୍ନବାନ ହେବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details