ଲକ୍ଷ୍ନୌ:ବଞ୍ଚିବା ପାଇଁ ସଘଂର୍ଷ କରୁଛି ଚାରିମାସର ଶିଶୁ । ଦୁନିଆ କଣ ବୁଝିବା ଆଗରୁ ବଞ୍ଚିବା ପାଇଁ ଲଢେଇ କରୁଛି ଭୟଙ୍କର ରୋଗ ସହିତ । ଏ ଘଟଣା ହେଉଛି ଉତ୍ତରପ୍ରଦେଶର ଦେବରିଆ ଅଞ୍ଚଳରେ ଚାରିମାସର ଶିଶୁ କାବିର । କବି ମେରୁଦଣ୍ଡ ମାଂସପେଶୀ ଜନିତ ଏକ ରୋଗରେ ପୀଡିତ ହୋଇଛି । ଯାହାର ଚିକିତ୍ସା ଭାରତରେ ସମ୍ଭବ ନୁହେଁ । ଏ ନେଇ କବିର ପିତାମାତା ସରକାରଙ୍କ ସହାୟତା ଲୋଡିଛନ୍ତି ।
କବି ଜନ୍ମ ହେଲା ପରେ ତାର ଶରୀରରେ କୌଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ପରେ କବିର ବାପାମାଆ ତାକୁ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାର୍ମଶ ଦେଇଥିଲେ । ଏହା ପରେ କବିର ବାପା ମୋହିତ କବିକୁ ଦିଲ୍ଲୀର ସର ଗଙ୍ଗା ଡାକ୍ତରଖାନା ନେଇଥିଲେ । ସେଠାରେ କବି ମେରୁଦଣ୍ଡ ମାଂସପେଶୀ ଜନିତ ରୋଗରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ । ଏହି ରୋଗ ପାଇଁ ଭାରତରେ କୌଣସି ସୁବିଧା ନାହିଁ । ଆମେରିକାରେ ଏହି ରୋଗର ଇନଜେକ୍ସନ ଅଛି ଯାହାର ମୂଲ୍ୟ 22 କୋଟି ଟଙ୍କା ବୋଲି କହିଛନ୍ତି ଡାକ୍ତର । ଏହା ଶୁଣି କବିର ବାପାମାଆଙ୍କ ପାଦ ତଳୁ ଯେପରି ମାଟି ଖସିଗଲା ।