ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି - ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି

ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି । ଏଥିପାଇଁ ମଧ୍ୟପ୍ରଦେଶର ଇନ୍ଦୋର ମହାନଗର ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ବନ ମୁକ୍ତ ରୋଡ ପ୍ରସ୍ତୁତ କରାଯିବ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି
ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି

By

Published : Apr 6, 2022, 9:37 PM IST

ଭୋପାଳ: ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି । ଏଥିପାଇଁ ମଧ୍ୟପ୍ରଦେଶର ଇନ୍ଦୋର ମହାନଗର ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ବନ ମୁକ୍ତ ରୋଡ ପ୍ରସ୍ତୁତ କରାଯିବ । ଦେଶରେ ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ମଧ୍ୟପ୍ରଦେଶ ସରକାର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ।

ମଧ୍ୟପ୍ରଦେଶରେ ଗଡିବ କାର୍ବନ ମୁକ୍ତ ଗାଡି

ସେହିପରି ରାସ୍ତାରେ କେବଳ ବୈଦ୍ୟୁତିକ ଯାନ ଚାଲିବ ବୋଲି ଜଣାପଡିଛି । ସାରା ଦେଶରେ ପ୍ରଥମ କାର୍ବନ ମୁକ୍ତ ରାସ୍ତା ଇନ୍ଦୋରରେ ନିର୍ମାଣ ହେବାକୁ ଯାଉଥିବାବେଳେ ଏହି ରାସ୍ତାରେ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଯାନବାହନକୁ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ତେବେ ଏଥର ଦେଶରେ ସ୍ୱଚ୍ଛତା ସର୍ବେକ୍ଷଣକୁ ନଜର ରଖି ଇନ୍ଦୋର ମହାନଗର ନିଗମ ପକ୍ଷରୁ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ସେହିଭଳି ଇନ୍ଦୋରରେ ଶିଳ୍ପରୁ ବାହାରୁଥିବା ପ୍ରଦୂଷଣକୁ ରୋକିବା ସହିତ ବଜାର ତଥା ବଜାରରେ ଚୁଲାର ବ୍ୟବହାର ବନ୍ଦ କରାଯାଇଛି । ଏହା ଛଡା ଯେଉଁ ଅଞ୍ଚଳରେ ଯାନବାହାନରୁ ଅଧିକ ପ୍ରଦୂଷଣ କରୁଥିବ, ସେସବୁ ଅଞ୍ଚଳରେ ରେଡ ସିଗନାଲରେ ଇଞ୍ଜିନକୁ ଅଟକାଇବା ପାଇଁ ଏକ ସିଷ୍ଟମ ଆରମ୍ଭ କରାଯାଇଛି । ତେବେ ଇନ୍ଦୋରର GSITS ଛକଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ ପାଇଁ ସ୍ଥିର କରାଯାଇଛି ।

ଅପରପକ୍ଷରେ ଏହି ରାସ୍ତାରେ କେବଳ ବୈଦ୍ୟୁତିକ ବସ, ଇଲେକ୍ଟ୍ରିକ୍ କାର୍, ଇ-ରିକ୍ସା ଏବଂ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଯାତାୟତ କରିବ । ଏହି ରାସ୍ତାରେ ଏପର୍ଯ୍ୟନ୍ତ ଯାଉଥିବା ଡିଜେଲ ଓ ପେଟ୍ରୋଲରେ ଚାଲୁଥିବା ସମସ୍ତ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚଳାଇଛି ମହାନଗର ନିଗମ । ତେବେ ବାୟୁ ଗୁଣବତ୍ତା ସୂଚକାଙ୍କୁ ଏକ ନିର୍ଦ୍ଧିଷ୍ଟ ବାୟୁ ଗୁଣବତ୍ତାକୁ ଆଣିବା ଲାଗି ଏହି ରାସ୍ତା ନିର୍ମାଣ କରିବାକୁ ଯାଉଛି ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ ।

ଅନ୍ୟପଟେ ଏଠାରେ ବାୟୁ ପ୍ରଦୂଷଣର ମାତ୍ରା କମ କରିବା ଲାଗି ମହାନଗର ନିଗମ ପକ୍ଷରୁ ପୂର୍ବରୁ ଚାରିଆଡ଼େ ସଙ୍କେତ ଲଗାଇବା ସହିତ ସର୍ବସାଧାରଣ ସଚେତନତା କରାଯାଉଛି । ଏମିତିରେ ଦେଖିବାକୁ ଗଲେ ବର୍ତ୍ତମାନ ଇନ୍ଦୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୨ ରହିଥିବାବେଳେ ଏହା ପରିବେଶ ପାଇଁ ଠିକ୍ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details