ଭୋପାଳ : ମଧ୍ୟପ୍ରଦେଶର ଏହି ଇନ୍ଦୋର ସହର ଯାହାକୁ ଚାଟର୍ ସହର କୁହାଯାଏ । ବିଭିନ୍ନ ପ୍ରକାରର ଡିସ୍ ଏବଂ ଡିସ୍ ପରିବେଷଣ କରିବାର ଏକ ଭିନ୍ନ ଶୈଳୀ ଏଠାରେ ଦେଖିବାକୁ ମିଳେ । ଏଠାରେ ଥିବା ଚାଟ୍ ଦୋକାନରେ ଚାଟ୍ ପରିବେଷଣ କରିବାର ତରିକା ପୁରା ଅଲଗା । ଯାହାପାଇଁ ଇନ୍ଦୋର ପୁରା ଫେମସ । ହେଲେ ଏଠି ଏବେ ଆଉ ଏକ ଖାଇବାର ଶୈଳୀ ଲୋକଙ୍କୁ ବା ଗ୍ରାହକଙ୍କୁ ବେଶ ଆକୃଷ୍ଚ କରୁଛି । ତାହା ହେଉଛି ଫ୍ଲାଇଙ୍ଗ ଦହିବରା । ଆଜିକାଲି ଫ୍ଲାଇଙ୍ଗ ଦହି ବରା ବିଷୟରେ ଅନେକ ଆଲୋଚନା ହେଉଛି । ମୁଖ୍ୟତଃ ଇନ୍ଦୋରରେ ଏହା ଏବେ ଏକ ପ୍ରକାରର ବିଶେଷ ଓ ଆକର୍ଷଣୀୟ ଖାଦ୍ୟ ପାଲଟିଛି ।
ଏହି ସୁସ୍ବାଦ ଦହିବରାକୁ “ଫ୍ଲାଇଙ୍ଗ୍ ଦହିବରା" କୁହାଯାଏ । କାରଣ ଏହାକୁ ତିଆରି କରୁଥିବା ଯୋଶୀ ନାମକ ବ୍ୟବସାୟୀ ଗ୍ରାହକଙ୍କୁ ସେବା ଦେବା ପୂର୍ବରୁ ଆକାଶରେ ଦହିବରାକୁ ଉଡ଼ାଇ ଦିଅନ୍ତି । ଏହା ପରେ, ଅନ୍ୟ ହାତରେ ଧରିବା ପରେ, ଏହାକୁ ଏକ ଚାମଚରେ ୫ ପ୍ରକାରର ମସଲା ସହିତ ସଜାଇ ଗ୍ରାହକଙ୍କୁ ବିଶେଷ ଉପାୟରେ ପରିବେଷଣ କରନ୍ତି ।