ଓଡିଶା

odisha

ସରିଲା ଭାରତ-ଓମାନ ବାୟୁସେନାର ମିଳିତ ସମରାଭ୍ୟାସ

By

Published : Feb 26, 2022, 3:21 PM IST

ସରିଲା ଇଣ୍ଡୋ-ଓମାନ ଇଷ୍ଟର୍ଣ୍ଣ ବ୍ରିଜ୍‌-VI ବାୟୁସେନାର ମିଳିତ ସମରାଭ୍ୟାସ । ଯୋଧପୁର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ଚାଲିଥିବା ଏହି ସମରାଭ୍ୟାସ ଗତକାଲି ସଫଳତାର ସହ ଶେଷ ହୋଇଛି । ଅଧିକ ପଢନ୍ତୁ

ସରିଲା ଭାରତ ଏବଂ ଓମାନ ବାୟୁସେନାର ମିଳିତ ସମରାଭ୍ୟାସ
ସରିଲା ଭାରତ ଏବଂ ଓମାନ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ:ସରିଲା ଇଣ୍ଡୋ-ଓମାନ ଇଷ୍ଟର୍ଣ୍ଣ ବ୍ରିଜ୍‌-VI ବାୟୁସେନାର ମିଳିତ ସମରାଭ୍ୟାସ । ଯୋଧପୁର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ଚାଲିଥିବା ଏହି ସମରାଭ୍ୟାସ ଗତକାଲି ସଫଳତାର ସହ ଶେଷ ହୋଇଛି । ତେବେ ଫେବୃଆରୀ ୨୧ରୁ ୨୫ ପର୍ଯ୍ୟନ୍ତ ଚାଲିଥିଲା ଏହି ସମରାଭ୍ୟାସ ।

ଭାରତୀୟ ବାୟୁସେନା ଏବଂ ରୟାଲ ଏୟାର ଫୋର୍ସ ଅଫ୍‌ ଓମାନ ମିଳିତ ସମରାଭ୍ୟାସ ହୋଇଥିଲା । ଏଥିରେ ଦୁଇ ଦେଶର ବାୟୁସେନା ନିଜର ପରାକ୍ରମ ଦେଖାଇଛନ୍ତି । ତେବେ ଏହାଦ୍ବାରା ଦୁଇ ଦେଶ ବାୟୁସେନା ମଧ୍ୟରେ ଥିବା କାର୍ଯ ଦକ୍ଷତା ଓ ଅଭ୍ୟାସର ଶ୍ରେଷ୍ଠ ପ୍ରଦର୍ଶନ ବୃଦ୍ଧି ପାଇବ ।

ଅନ୍ୟପଟେ ଆରଏଏଫଓର ନିର୍ଦ୍ଦେଶକ ଜେନେରାଲ୍‌ ଅପରେସନ୍‌( Director General Operations) ଏବଂ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ଏହି ସମରାଭ୍ୟାସ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details