ଓଡିଶା

odisha

ETV Bharat / bharat

ଜୟନ୍ତୀରେ ମନେପଡିଲେ ଆଇରନ ଲେଡି ଇନ୍ଦିରା - ଆଇରନ ଲେଡି

ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ । ନିଜ ଶାସନକାଳ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ଭଳି ଅନେକ କଠୋର ପଦକ୍ଷେପ ନେଇଛନ୍ତି ଇନ୍ଦିରା । ଯେଉଁଥିପାଇଁ ତାଙ୍କୁ ଆଇରନ ଲେଡିର ପରିଚୟ ମିଳିଛି । ଅଧିକ ପଢନ୍ତୁ

ଆଜି ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନ
ଆଜି ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନ

By

Published : Nov 19, 2021, 7:03 AM IST

Updated : Nov 19, 2021, 7:21 AM IST

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ । ୧୯୧୭ ମସିହା ଆଜିର ଦିନରେ ଆଲ୍ଲାହାବାଦ ସ୍ଥିତ ଆନନ୍ଦ ଭବନ ଠାରେ ତାଙ୍କର ଜନ୍ମ । ତାଙ୍କ ପିତା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଏବଂ ମାତା କମଳା ନେହେରୁ । ଇନ୍ଦିରା ଗାନ୍ଧୀ ୧୯୬୬ ମସିହାରୁ ୧୯୭୭ ମସିହା ଏବଂ ପୁନର୍ବାର ୧୯୮୦ ରୁ ଅକ୍ଟୋବର ୧୯୮୪ ମସିହା ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ନିଜ ଶାସନକାଳ ମଧ୍ୟରେ ଅନେକ କଠୋର ନିଷ୍ପତ୍ତି ପାଇଁ ତାଙ୍କୁ ଦେଶର ଆଇରନ ଲେଡି ବୋଲି ମଧ୍ୟ କୁହାଯାଏ ।

ମାଆ କମଳାଙ୍କ ମୃତ୍ୟୁ ପରେ ଇନ୍ଦିରା ୟୁରୋପ ଯାଇ ବ୍ରିଟେନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇତିହାସ ଅଧ୍ୟୟନ କରିଥିଲେ । ସେଠାରେ ସେ ବିଭିନ୍ନ ଛାତ୍ର ସମାଜରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ବ୍ରିଟେନରେ ରହିବା ସମୟରେ ଲଣ୍ଡନ ଅଫ୍ ଇକୋନୋମିକସରେ ପଢୁଥିବା ସମୟରେ ଫିରୋଜ ଗାନ୍ଧୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ ।

ପିତା ପ୍ରଧାନମନ୍ତ୍ରୀ ନେହେରୁଙ୍କ ମୃତ୍ୟୁ ପରେ ଇନ୍ଦିରା ଗାନ୍ଧୀ ୧୯୬୪ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପରେ ସେ ୧୯୬୬ ରୁ ୧୯୭୭ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଇନ୍ଦିରାଙ୍କ ଶାସନକାଳ ମଧ୍ୟରେ ବିଭିନ୍ନ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତ ଅନ୍ୟତମ । ଯାହା ଭାରତ ଇତିହାସର ସବୁଠୁ ଚର୍ଚ୍ଚିତ । ସେହିପରି ୧୯୬୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ନିଜର ଏକ ନିଷ୍ପତ୍ତି କ୍ରମେ ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ । ସେ ୧୪ଟି ବଡ ଘରୋଇ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ । ଏହି ୧୪ଟି ବ୍ୟାଙ୍କଗୁଡିକ ହେଉଛି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଡେନା ବ୍ୟାଙ୍କ, ଉକୋ ବ୍ୟାକ, ସିଣ୍ଡିକେଟ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ ଏବଂ ଶେଷରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର । ଏଭଳି ଅନେକ ନିଷ୍ପତ୍ତି ଇନ୍ଦିରା ଗାନ୍ଧୀଙ୍କୁ ଖୁବ୍ ଚର୍ଚ୍ଚିତ କରିଛି ।

ଶେଷରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ଇନ୍ଦିରାଙ୍କୁ ନିଜ ବାସଭବନରେ ହତ୍ୟା କରାଯାଇଥିଲା । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡିଥିଲେ ଆଇରନ ଲେଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2021, 7:21 AM IST

ABOUT THE AUTHOR

...view details