ଓଡିଶା

odisha

ETV Bharat / bharat

'Iron Lady of India': ଶାସନଠୁ ଶେଷଦିନ ସବୁକିଛି ଇତିହାସ - ଇନ୍ଦିରା ଗାନ୍ଧୀ

ଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ୩୭ତମ ପୂଣ୍ୟତିଥି । ଶାସନଠୁ ଶେଷଦିନ ସବୁକିଛି ଇତିହାସରେ ଲିପିବଦ୍ଧ । ଅଧିକ ପଢନ୍ତୁ...

'Iron Lady of India': ଶାସନଠୁ ଶେଷଦିନ ସବୁକିଛି ଇତିହାସ
'Iron Lady of India': ଶାସନଠୁ ଶେଷଦିନ ସବୁକିଛି ଇତିହାସ

By

Published : Oct 31, 2021, 10:34 AM IST

ହାଇଦ୍ରାବାଦ: ସେଦିନ ଥିଲା ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳିପଡନ୍ତି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସ୍ତବ୍ଧ ହୋଇଯାଏ ପୁରା ଦେଶ । କେହି କିଛି ବୁଝିବା ଆଗରୁ ଦେଶବ୍ୟାପୀ ଖବର ପ୍ରସାରଣ ହୁଏ ପ୍ରଧାନମନ୍ତ୍ରୀ ଆଉ ନାହାନ୍ତି । ଆଜି ବି କେତେକ ଲୋକଙ୍କ ମନରେ ସେ କଳାଦିନର ସ୍ମୃତି ସତେଜ ।

ସେ ଥିଲେ ଦେଶର ସର୍ବୋଚ୍ଚ ଶାସନ ଭାର ସମ୍ଭାଳିଥିବା ପ୍ରଥମ ମହିଳା, ଜରୁରୀ ପରିସ୍ଥିତି ଲଗାଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ । ପୁରା ଦେଶରେ ଆଇରନ ଲେଡି ନାମରେ ପରିଚିତା ଥିଲେ ଶ୍ରୀମତି ଇନ୍ଦିରା ଗାନ୍ଧୀ । ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ବ, କଠୋର ନିଷ୍ପତ୍ତି ନେବାର ଦୃଢ ଶାସିକା ଥିଲେ ସେ । ଫିରୋଜ ଗାନ୍ଧୀଙ୍କୁ ବିବାହ କରିବା ପରେ ୧୯୫୦ ଆଡକୁ ବାପା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।

୧୯୬୪ରେ ନେହେରୁଙ୍କ ଦେହାନ୍ତ ପରେ ଇନ୍ଦିରା ରାଜ୍ୟସଭାକୁ ନିର୍ବାଚିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୬୬ ମସିହାରୁ ୧୯୮୦ ପର୍ଯ୍ୟନ୍ତ ଚାରି-ଚାରି ଥର ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ । ତାଙ୍କର ଗରିବୀ ହଟାଓ ସ୍ଲାଗାନ ଯେତିକି ଲୋକପ୍ରିୟ ହୋଇଥିଲା ୧୯୭୫ ରେ ଦେଶରେ ଜରୁରୀ ପରିସ୍ଥିତି ଲଗାଇ ସେତିକି ନିନ୍ଦୁକଙ୍କ ସମାଲୋଚନାର ଶିକାର ହୋଇଥିଲେ । ଏହି ଦିନକୁ ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ମଧ୍ୟ କୁହାଯାଏ । ଏହି ସମୟରେ ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଷ ଲଗାଇ ଦିଆଯାଇଥିଲା ।

ଜରୁରୀ ପରିସ୍ଥିତି ସହ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ କଠୋର ପଦକ୍ଷେପ ନେଇଥିଲେ । ତାଙ୍କର କଠୋର ଶାସନ ଏବଂ ଦୃଢ ନିଷ୍ପତ୍ତି ପାଇଁ ତାଙ୍କୁ ଆଇରନ୍ ଲେଡି ଭାବେ ବୋଲା ଯାଉଥିଲା । ୧୯୮୪ ମସିହା ଅକ୍ଟୋବର ୩୦ ରେ ସେ ଓଡିଶା ଗସ୍ତ କରି ଦିଲ୍ଲୀ ଫେରି ଯାଇଥିଲେ । ପରଦିନ ସକାଳେ ଅର୍ଥାତ୍ ଅକ୍ଟୋବର ୩୧ ତାରିଖରେ ନିଜ ବାସ ଭବନ ସମ୍ମୁଖରେ ବୁଲୁଥିବା ସମୟରେ ଅଙ୍ଗରକ୍ଷୀଙ୍କ ଗୁଳିରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଶିଖ୍ ବିରୋଧୀ ଦଙ୍ଗା ମଧ୍ୟ ହୋଇଥିଲା । ୨୦୧୫ ମସିହାରେ ତାଙ୍କ ହତ୍ୟାକାଣ୍ଡକୁ ନେଇ '୩୧ ଅକ୍ଟୋବର' ନାମରେ ଏକ ସିନେମା ନିର୍ମାଣ କରାଯାଇଛି ।

ରାଜନୀତି ଜଗତର ଏହି ରାଜକନ୍ୟାଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details