ଓଡିଶା

odisha

ETV Bharat / bharat

Engine glitch: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ - ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି

ମଝି ଆକାଶରୁ ଫେରିଲା ଦିଲ୍ଲୀ-ଡେରାଡୁନ ଇଣ୍ଡିଗୋ ବିମାନ । ଇଞ୍ଜିନରେ ତ୍ରୁଟି ପରେ ଦିଲ୍ଲୀରେ କଲା ଜରୁରୀ ଅବତରଣ । ସମସ୍ତେ ସୁରକ୍ଷିତ ଥିବା ଏୟାରଲାଇନ୍ସ ପକ୍ଷରୁ କରାଗଲା ସ୍ପଷ୍ଟ । ଅଧିକ ପଢନ୍ତୁ

Engine glitch: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ
Engine glitch: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ

By

Published : Jun 21, 2023, 5:31 PM IST

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ଇଣ୍ଡିଗୋ ବିମାନ । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଡେରାଡୁନ ଅଭିମୁଖେ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଯିବା ପରେ ଏହା ମଝି ଆକାଶରୁ ଫେରିଛି । ଦିଲ୍ଲୀ ବିମାନ ବନ୍ଦରରେ ଏହା ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । କୌଣସି କ୍ଷୟକ୍ଷତି ନେଇ ସୂଚନା ମଧ୍ୟ ମିଳିନି । ତେବେ ବିମାନର ଇଞ୍ଜିନ ଫେଲ୍‌ ହେବା ଅଭିଯୋଗକୁ ଏୟାରଲାଇନ୍ସ ସିଧାସଳଖ ସ୍ବୀକାର କରିନାହିଁ । ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଆଲର୍ଟ ସିଗନାଲ ମିଳିବା ପରେ ଏହାକୁ ପୁନର୍ବାର ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିବା ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି ।

ଏୟାର ଲାଇନ୍ସ ପକ୍ଷରୁ ସୂଚନା ଜାରି କରାଯାଇ କୁହାଯାଇଛି, ବିମାନ ସଂଖ୍ୟା 6E-2134 ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ଅଭିମୁଖେ ଉଡ଼ାଣ ଭରିଥିଲା । ହେଲେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ପାଇଲଟଙ୍କୁ ଆଲର୍ଟ ସିଗନାଲ୍‌ ମିଳିଥିଲା । ଏନେଇ ଦିଲ୍ଲୀ ବିମାନ ବନ୍ଦର ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିଥିଲେ ବିମାନର ପାଇଲଟ ।

ଦିଲ୍ଲୀ ଏଟିସି ମଧ୍ୟ ଜରୁରୀ ଅବତରଣ କରିବାର ଅନୁମତି ଦେବା ସହ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିଥିଲା । ବିମାନଟି ସୁରକ୍ଷିତ ଅବତରଣ କରିଛି । ବିମାନର ବୈଷୟିକ ଯାଞ୍ଚ ଆରମ୍ଭ ହୋଇଛି । କେହି ଯାତ୍ରୀ କିମ୍ବା କ୍ର୍ୟୁ ସଦସ୍ୟଙ୍କର କୌଣସି ସମସ୍ୟା ମଧ୍ୟ ହୋଇନାହିଁ । ଅନ୍ୟପଟେ ବିମାନ କମ୍ପାନୀ ଏପରି କାରଣ ଦର୍ଶାଇଥିବା ବେଳେ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

ତେବେ ଉଡାଣ ସମୟରେ ଏକାଧିକ କାରଣ ପାଇଁ ବିମାନ ଜରୁରୀ ଅବତରଣ କରିଥାଏ । କେତେବେଳେ ପ୍ରତିକୂଳ ପାଗ, ବାର୍ଡହିଟ, ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଜରୁରୀ ଅବତରଣ କରିଥାଏ । ବିମାନ ଉଡ଼ୁଥିବାର ସ୍ଥାନର ନିକଟବର୍ତ୍ତୀ ବିମାନ ବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରାଯାଏ । ଜରୁରୀ ଅବତରଣ ଅନୁମତି ମିଳିବା ପରେ ବିମାଟି ଅବତରଣ କରିଥାଏ । ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନ ଅବତରଣ କରିବାର ଏକାଧିକ ନଜିର ରହିଛି । ସେହିପରି ଶୀତଦିନେ ମାତ୍ରାଧିକ କୁହୁଡ଼ି କାରଣରୁ ଦୃଶ୍ଯମାନ୍ୟତା ହ୍ରାସ ପାଇଲେ ମଧ୍ୟ ବିମାନ ଅନ୍ୟତ୍ର ଡାଇଭର୍ଟ ହୋଇ ଜରୁରୀ ଅବତରଣ କରିଥାଏ । ଶୀତଦିନେ ଉତ୍ତର ଭାରତୀୟ ରାଜ୍ୟରେ ଏକାଧିକ ବିମାନ ବନ୍ଦରରେ ଉଡ଼ାଣ ଅପରେସନ ପ୍ରଭାବିତ ହୋଇଥାଏ । କେତେକାଂଶରେ ଘଣ୍ଟାଘଣ୍ଟା ଧରି ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details