ଓଡିଶା

odisha

ଇଣ୍ଡିଗୋ ବିମାନରେ ଭୁଲ ସ୍ମୋକ ଓ୍ବାର୍ଣ୍ଣିଂ, କୋଲକାତାରେ କଲା ଜରୁରୀ ଅବତରଣ

By

Published : Aug 21, 2022, 8:16 PM IST

ଦିଲ୍ଲୀରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ଧୂଆଁ ଆଲର୍ଟ (smoke warning in IndiGo plane) । କୋଲକାତାରେ କଲା ଜରୁରୀ ଅବତରଣ । ପରେ ଓ୍ବାର୍ଣ୍ଣିଂ ମିଥ୍ୟା ଥିବା ନେଇ ଜଣାପଡିଥିବା DGCA ର ସୂଚନା । ଅଧିକ ପଢନ୍ତୁ

ଇଣ୍ଡିଗୋ ବିମାନରେ ସ୍ମୋକ ଓ୍ବାର୍ଣ୍ଣିଂ, କୋଲକାତାରେ କଲା ଜରୁରୀ ଅବତରଣ
ଇଣ୍ଡିଗୋ ବିମାନରେ ସ୍ମୋକ ଓ୍ବାର୍ଣ୍ଣିଂ, କୋଲକାତାରେ କଲା ଜରୁରୀ ଅବତରଣ

କୋଲକାତା: ଦିଲ୍ଲୀରୁ କୋଲକାତା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଧୂଆଁ ଦେଖାଯିବା ପରେ ବିମାନଟି କୋଲକାତାରେ ଜରୁରୀ ଅବତରଣ କରିଛି (IndiGo plane lands safely at Kolkata)। ବିମାନର କାର୍ଗୋ ଏରିଆରେ ଧୂଆଁ ଦେଖାଯିବା ପରେ ସ୍ମୋକ୍‌ ଓ୍ବାର୍ଣ୍ଣିଂ ଜାରି ହୋଇଥିଲା । ବିମାନର ପାଇଲଟ କୋଲକାତା ବିମାନ ବନ୍ଦରରେ ATC ସହ ଯୋଗଯୋଗ କରିବା ସହ ଅଗ୍ରାଧିକାର ଭାବେ ଲ୍ୟାଣ୍ଡିଂ କରାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁମତି ମାଗିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ୍‌ କରିଥିବା ସୂଚନା ମିଳିଛି (Emergency landing in Kolkata airport )। ପରେ କିନ୍ତୁ ଏହାକୁ ନେଇ ଭିନ୍ନ ସୂଚନା ମିଳିଛି । ଜାରି କରାଯାଇଥିବା ଓ୍ବାର୍ଣ୍ଣିଂ ଭୁଲ୍‌ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ 6E-2513 (IndiGo plane)ଦିଲ୍ଲୀରୁ କୋଲକାତା ଅଭିମୁଖେ ଉଡାଣ ଭରିଥିଲା । ଅବତରଣର କିଛି ସମୟ ପୂର୍ବରୁ କାର୍ଗୋ ଷ୍ଟୋରେଜ ଏରିଆରେ ଧୂଆଁ ବାହାରୁଥିବା ଜଣାପଡିଥିଲା । ଏନେଇ କ୍ର୍ୟୁ ସଦସ୍ୟ ସମସ୍ତ ଯାତ୍ରୀଙ୍କୁ ଓ୍ବାର୍ଣ୍ଣିିଂ ଜାରି (smoke warning in IndiGo plane) କରିଥିଲେ । ପାଇଲଟ ମଧ୍ୟ ବିମାନ ବନ୍ଦର ଟ୍ରାଫିକ ନିୟନ୍ତ୍ରଣ ସେଲକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ATC ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯିବା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ।

ତେବେ ଅବତରଣ ପରେ ନାଟକୀୟ ଭାବେ ଭିନ୍ନ ସୂଚନା ସାମ୍ନାକୁ ଆସିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କହିଛି ବିମାନରେ ଜାରି କରାଯାଇଥିବା ସ୍ମୋକ ଓ୍ବାର୍ଣ୍ଣିଂ କିଛି ସମୟ ପରେ ପ୍ରତ୍ୟାହାର କରି ନେଇଥିଲେ ଉକ୍ତ ବିମାନର ପାଇଲଟ । ଏହା ଏକ ଭୁଲ ଓ ଫେକ ଓ୍ବାର୍ଣିଂ ଥିଲା ବୋଲି DGCA କହିଛ । ବିମାନ କମ୍ପାନୀ ମଧ୍ୟ ଏହା ସ୍ବୀକାର କରିଛି । ପ୍ରଥମେ ଧୂଆଁ ଦେଖାଯିବା ପରେ SOP ପାଳନ ପୂର୍ବକ ଓ୍ବାର୍ଣ୍ଣଂ ଜାରି କରାଯାଇଥଲା । ପରେ ଏପରି କିଛି ଅଘଟଣ ହୋଇ ନଥିବା ସ୍ପଷ୍ଟ ହୋଇଥିବା ବିମାନ କମ୍ପାନୀ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details