ନୂଆଦିଲ୍ଲୀ:ସାଧାରଣତଃ ଯାତ୍ରୀମାନେ ଉନ୍ନତ ସୁବିଧା ଓ ସେବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ବିଶେଷ କରି ମାନ୍ୟଗଣ୍ୟ, ବଡ଼ବଡ଼ିଆ ଲୋକେ ଅଧିକାଂଶ ବିମାନରେ ଯାତ୍ରା କରନ୍ତି । ମାତ୍ର ଏଠାରେ ସାମ୍ନାକୁ ଆସିଥିବା ଘଟଣା ଯାତ୍ରୀମାନଙ୍କୁ ଥରେ ଭାବିବାକୁ ବାଧ୍ୟ କରିଛି । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ ଯାତ୍ରୀ ଉଡାଣ ବେଳେ ଅର୍ଡର କରିଥିବା ସାଣ୍ଡୱିଚରୁ ବାହାରିଛି ପୋକ । ଏନେଇ ଯାତ୍ରୀ ଜଣକ ଭିଡିଓ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଗତ ଶୁକ୍ରବାର ଏହି ଘଟଣା ଘଟିଛି । ଏଭଳି ଘଟଣାର ସମ୍ମୁଖୀନ ହୋଇଥିାବା ଯାତ୍ରୀଙ୍କ ନାମ ଖୁସବୋ ଗୁପ୍ତା ବୋଲି ଜଣାପଡିଛି । ମହିଳା ଯାତ୍ରୀ ଜଣକ ଇଣ୍ଡିଗୋ ବିମାନ 6E 6107ରେ ଦିଲ୍ଲୀରୁ ମୁମ୍ବାଇକୁ ଯାତ୍ରା କରୁଥିଲେ । ଉଡାଣ ସମୟରେ ସେ ଖାଇବା ପାଇଁ ସାଣ୍ଡୱିଚ କିଣିଥିଲେ । ହେଲେ ଖାଦ୍ୟ ଭିତରୁ ବାହାରିଥିଲା ଅଖାଦ୍ୟ । ଏହାପରେ ସଙ୍ଗେ ସଙ୍ଗେ ସେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହି ଭିଡିଓଟି ଖୁବ ଜୋରରେ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ମୁଖପାତ୍ର ଭିଡିଓ ତଳେ କମେଣ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ ।
ଏହା ବି ପଢନ୍ତୁ- ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ