ଓଡିଶା

odisha

ETV Bharat / bharat

ଖରାପ ପାଗ ଯୋଗୁଁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଖରାପ ପାଗ ଯୋଗୁଁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ । 30 ମିନିଟ ପରେ ଭାରତୀୟ ବାୟୁସୀମାକୁ ଫେରିଲା । ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଭରିଥିଲା ଉଡାଣ । ଅଧିକ ପଡନ୍ତୁ

ଖରାପ ପାଗ ଯୋଗୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ
ଖରାପ ପାଗ ଯୋଗୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

By

Published : Jun 11, 2023, 8:26 PM IST

ନୂଆଦିଲ୍ଲୀ:ଖରାପ ପାଗ ଯୋଗୁଁ ପାକିସ୍ତାନର ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ । ଗତକାଲି(ଶନିବାର) ପଞ୍ଜାବର ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନଟି ଖରାପ ପାଗ କାରଣରୁ ପାକିସ୍ତାନ ବାୟୁସୀମାରେ ସାମୟିକ ସମୟ ପାଇଁ ପ୍ରବେଶ କରିଥିଲା । ହେଲେ ପାକିସ୍ତାନର କୌଣସି ବିମାନ ବନ୍ଦରରେ ବିମାନଟି ଅବତରଣ କରିନଥିଲା । 30 ମିନିଟ ପାକିସ୍ତାନ ବାୟୁସୀମାରେ ଉଡାଣ ଭରିବା ପରେ ଏହା ପୁଣି ଭାରତୀୟ ବାୟୁସୀମାକୁ ଫେରିଆସିଥିବା ସହ ନିର୍ଦ୍ଧାରିତ ଅହମ୍ମଦାବାଦ ବିମାନ ବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ ମଧ୍ୟ କରିଥିବାର ସୂଚନା ରହିଛି ।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ 6E-645 ସଂଧ୍ୟା ପ୍ରାୟ 7 ଟା ରେ ଅମୃତସରରୁ ଗୁଜୁରାଟର ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିଥିଲା । 7 ଟା 30 ସମୟରେ ପାଗରେ ଭୀଷଣ ପ୍ରତିକୂଳତା ଆସିବାରୁ ଏହାକୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାର ଆବଶ୍ୟକତା ପଡିଥିଲା । ଏହା ପୂର୍ବରୁ ପାକିସ୍ତାନ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଅବଗତ ମଧ୍ୟ କରାଯାଇଥିଲା । 7.30 ସମୟରେ ବିମାନଟି ପାକିସ୍ତାନର ଉତ୍ତର ଲାହୋର ବାୟୁସୀମାରେ ପ୍ରବେଶ କରିଥିଲା । ପଞ୍ଜାବର ଅଟ୍ଟାରୀ ଆକାଶ ଦେଇ ବିମାନଟି ପାକିସ୍ତାନର ବାୟୁସୀମାରେ ପ୍ରବେଶ କରି ପ୍ରାୟ 30 ମିନିଟ ଉଡାଣ ଭରିବା ପରେ ପୁଣି ପାଗରେ ପରିବର୍ତ୍ତନ ହେବା ପରେ ଭାରତୀୟ ଆକାଶକୁ ଫେରିଥିଲା । ତେବେ ପାକିସ୍ତାନ ମଧ୍ୟ ଏଥିରେ ସହଯୋଗ କରିଥିବା ନେଇ ସୂଚନା ମିଳିଛି ।

ତେବେ ଏହି ଘଟଣା ପରେ ବେସାମରିକ ବିମାନ ଉଡାଣ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା କୌଣସି ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା ମଧ୍ୟ ନୁହେଁ । ଏପରି ସ୍ଥିତିରେ ନିକଟବର୍ତ୍ତୀ ଦେଶର ବାୟୁସୀମା ବ୍ୟବହାର କରିବା ଅନ୍ତର୍ଜାତୀୟ ଉଡ଼ାଣ ନିୟମ ଅଧୀନରେ ଆସୁଛି । ଉଡାଣ ସମୟରେ ଖରାପ ପାଗ କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତିରେ ନିକଟବର୍ତ୍ତୀ ଦେଶର ବାୟୁସୀମା ବ୍ୟବହାର କରାଯାଇପାରିବ ।

ଏହା ପୂର୍ବରୁ ଜୁନ 4 ତାରିଖରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ପ୍ରବଳ ବର୍ଷା କାରଣରୁ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ରାତି ପ୍ରାୟ 8ଟା ସମୟରେ ଏହି ଘଟଣା ଘଟିଥିଲା । ମସ୍କଟରୁ ଏହି ବିମାନ (ପିକେ-248) ଲହୋର ଆସୁଥିବା ବେଳେ ପ୍ରବଳ ବର୍ଷା କାରଣରୁ ଲ୍ୟାଣ୍ଡ କରିପାରିନଥିଲା । ଭାରତୀୟ ଆକାଶରେ ପ୍ରାୟ 10 ମିନିଟ ଉଡାଣ ଭରିବା ପରେ ଏହି ପାକିସ୍ତାନ ବିମାନଟି ଲାହୋର ବିମାନ ବନ୍ଦରରେ ଅବତରଣ କରିଥିଲା । ନିକଟରେ ନୂଆଦିଲ୍ଲୀରୁ ଆମେରିକାର ସାନଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାକୁ ଋଷକୁ ଡାଇଭର୍ଟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details