ନୂଆଦିଲ୍ଲୀ:ଭାରତୀୟ ନୌସେନାର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନବାହୀ ଜାହାଜ ‘ବିକ୍ରାନ୍ତ’ ଆଜି ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ ସଫଳତାର ଶେଷ କରିଛି । ଏହି ସାମୁଦ୍ରିକ ପରୀକ୍ଷଣ ଅଗଷ୍ଟ ୪ ତାରିଖରେ ଦକ୍ଷିଣ ନୌସେନା କମାଣ କୋଚିରୁ ଆରମ୍ଭ ହୋଇଥିଲା ।
ଏହି ସାମୁଦ୍ରିକ ପରୀକ୍ଷଣରେ ବିକ୍ରାନ୍ତର ସମସ୍ତ ଯନ୍ତ୍ରାଂଶ ପୂର୍ଣ୍ଣ କାର୍ଯ୍ୟଦକ୍ଷତା ସହ ସଂଚାଳିତ ହୋଇଥିବା ମଧ୍ୟ ପରୀକ୍ଷଣରେ ସ୍ପଷ୍ଟ ହୋଇଛି । ଜାହାଜରେ ଶକ୍ତି ଉତ୍ପାଦନ କ୍ଷମତା ଓ ବଣ୍ଟନ ପ୍ରକ୍ରିୟାର କାର୍ଯ୍ୟକାରିତା, ଅନ୍ୟ ସମସ୍ତ ଯାନ୍ତ୍ରିକ ପ୍ରକ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ରହିଛି । ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇନାହିଁ । ସଫଳ ସାମୁଦ୍ରିକ ପରୀକ୍ଷଣ ପରେ ଏହାକୁ ଖୁବ ଶୀଘ୍ର ଭାରତୀୟ ନୌସେନା ଅପରେସନରେ ସାମିଲ କରାଯାଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ନୌସେନାରେ INS ବିକ୍ରମାଦିତ୍ୟ ଏକମାତ୍ର ବିମାନବାହୀ ଜାହାଜ ଭାବେ କାର୍ଯ୍ୟକ୍ଷମ ଥିଲା । ବିକ୍ରାନ୍ତ ସାମିଲ ହେବା ପରେ ଏହି ସଂଖ୍ୟା ୨ରେ ପହଞ୍ଚିବା ଭାରତୀୟ ନୌସେନାର ମଧ୍ୟ ଶକ୍ତି ବୃଦ୍ଧି ପାଇଛି ।