ନୂଆଦିଲ୍ଲୀ:ଭାରତୀୟ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ପରିବହନକାରୀ ନୌସେନା ଜାହାଜ ‘INS ବିକ୍ରାନ୍ତ’ର ପରବର୍ତ୍ତୀ ସମୁଦ୍ର ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣରେ ଏହି ସ୍ବଦେଶୀ ଅତ୍ୟାଧୁନିକ ନୌସେନା ଜାହାଜଟି ବିଭିନ୍ନ ଅବସ୍ଥାରେ କିପରି କାର୍ଯ୍ୟ କରେ ତାହାର ଅନୁଧ୍ୟାନ କରିବେ ବିଶେଷଜ୍ଞ ।
ପୂର୍ବ ନୌସେନା କମାଣ ବିଶାଖାପାଟନମ୍ ସ୍ଥିତ DRDO ଲାବ୍ରୋଟୋରୀର ନାଭାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଏହି ସାମୁଦ୍ରିକ ପରୀକ୍ଷଣକୁ ଅନୁଧ୍ୟାନ କରିବେ । ଗତ ବର୍ଷ ଅଗଷ୍ଟରେ INS ବିକ୍ରାନ୍ତ ଏହାର ସମୁଦ୍ର ପରୀକ୍ଷଣ ସଫଳତାର ସହ ଶେଷ କରିଥିଲା । ପରେ ଗତବର୍ଷ ଅକ୍ଟୋବର-ନଭେମ୍ବରରେ ଦ୍ୱିତୀୟ ସମୁଦ୍ର ପରୀକ୍ଷଣରେ ମଧ୍ୟ ସଫଳତାର ସହ ମସସ୍ତ ଯନ୍ତ୍ରାଂଶ କାର୍ଯ୍ୟ କରୁଥିବା ଜାଣିବାକୁୁ ପାଇଥିଲେ ବିଶେଷଜ୍ଞ । ତେବେ ଏହା ଏହି ଜାହାଜର ପରବର୍ତ୍ତୀ ପରୀକ୍ଷଣ ।