ଓଡିଶା

odisha

ETV Bharat / bharat

ନୂଆ ସଂକ୍ରମଣର ୮୬.୩୭% ମାମଲା ୬ଟି ରାଜ୍ୟରେ - 86.37 percent of new infections are in six states

ଭାରତର ମୋଟ ସକ୍ରିୟ କୋଭିଡ ମାମଲା 1 ଲକ୍ଷ 64 ହଜାର 511ରେ ପହଞ୍ଚିଛି, ଯାହା ଦେଶର ମୋଟ ସଂକ୍ରମଣର 1.48 ପ୍ରତିଶତ ଅଟେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ କୋଭିଡ ସଂକ୍ରମିତ ମାମଲା ମଧ୍ୟରୁ କେବଳ ୬ଟି ରାଜ୍ୟରେ ହିଁ ଏହାର ୮୬.୩୭% ରହିଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ନୂଆ ସଂକ୍ରମଣର ୮୬.୩୭% ମାମଲା ୬ଟି ରାଜ୍ୟରେ
ନୂଆ ସଂକ୍ରମଣର ୮୬.୩୭% ମାମଲା ୬ଟି ରାଜ୍ୟରେ

By

Published : Mar 1, 2021, 8:29 AM IST

ନୂଆଦିଲ୍ଲୀ: ଭାରତର ମୋଟ ସକ୍ରିୟ କୋଭିଡ ମାମଲା 1 ଲକ୍ଷ 64 ହଜାର 511ରେ ପହଞ୍ଚିଛି, ଯାହା ଦେଶର ମୋଟ ସଂକ୍ରମଣର 1.48 ପ୍ରତିଶତ ଅଟେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ କୋଭିଡ ସଂକ୍ରମିତ ମାମଲା ମଧ୍ୟରୁ କେବଳ ୬ଟି ରାଜ୍ୟରେ ହିଁ ଏହାର ୮୬.୩୭% ରହିଥିବା ଜଣାଯାଇଛି । ସେହି ସବୁ ରାଜ୍ୟଗୁଡ଼ିକ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟ ବୋଲି କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାଯାଇଛି।

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 16,752 ନୂତନ କୋଭିଡ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ର ସର୍ବାଧିକ 8,623 ମାମଲା ରିପୋର୍ଟ ହୋଇଥିବା ବେଳେ କେରଳରେ 3,792 ମାମଲା ରିପୋର୍ଟ ହୋଇଛି । ସେହିପରି ପଞ୍ଜାବରେ 593 ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୬,୭୩୧ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଥିବା ପୀଡ଼ିତଙ୍କ ସଂଖ୍ୟା ୧,୦୭,୭୫,୧୬୯ ଏବଂ ଚିକିତ୍ସାଧୀନଙ୍କ ସଂଖ୍ୟା ୧,୬୪,୫୧୧ ରହିଛି।

ଅନ୍ୟପଟେ ଆଜିଠାରୁ(ସୋମବାର) ଭାରତରେ 60 ବର୍ଷରୁ ଅଧିକ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଥିବା 45 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିଡ ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । କୋଭିଡ ଟୀକାକରଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆୟୁଷ୍ମାନ ଭାରତ- PMJAY ଅଧୀନରେ ପ୍ରାୟ 10,000 ଘରୋଇ ଡାକ୍ତରଖାନା ଏବଂ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଅଧୀନରେ 600ରୁ ଅଧିକ ଘରୋଇ ଡାକ୍ତରଖାନା ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ଅଧୀନରେ ଥିବା ଅନ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ କୋଭିଡ ଟୀକାକରଣ କେନ୍ଦ୍ର (CVCs) ଭାବରେ ଅଂଶଗ୍ରହଣ କରିପାରିବେ । ତେବେ ଗତ 24 ଘଣ୍ଟା ମଧ୍ୟରେ 11,718 ରୋଗୀ ସୁସ୍ଥ ହୋଇ ମୋଟ 1.07 କୋଟି (1,07,75,169) ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇସାରିଛନ୍ତି ।

ABOUT THE AUTHOR

...view details