ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀରୁ ଟିକିଏ ଆଶ୍ବସ୍ତି ମିଳିବା ପରେ ଏବେ ତୃତୀୟ ଲହରୀକୁ ନେଇ ବଢୁଛି ଆଶଙ୍କା । ମେଡିକାଲ ଏକ୍ସପର୍ଟର ରଏଟର୍ସ ପୋଲ୍ ଅନୁଯାୟୀ ଅକ୍ଟୋବର ସୁଦ୍ଧା ଭାରତରେ କୋରୋନାର ତୃତୀୟ ଲହରୀ ପହଞ୍ଚିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି ।
ସର୍ଭେ ଅନୁଯାୟୀ, ଅକ୍ଟୋବର ସୁଦ୍ଧା ତୃତୀୟ ଲହରୀ ଆସିବ ବୋଲି 85 ପ୍ରତିଶତରୁ ଅଧିକ ମତ ଦେଇଛନ୍ତି । ଏଥିମଧ୍ୟରୁ କିଛି ଜଣ ଅଗଷ୍ଟ ଆରମ୍ଭରେ ଏବଂ ସେପ୍ଟେମ୍ବରରେ ଏହାର ଆଗମନ ବିଷୟରେ ପୂର୍ବାନୁମାନ କରିଥିଲେ |