ଓଡିଶା

odisha

ETV Bharat / bharat

ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି ପାଇଛି: ପ୍ରତିରକ୍ଷା ମନ୍ତ୍ରୀ

ରବିବାର ଲକ୍ଷ୍ନୌ ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଶ୍ବରେ ଭାରତର ସୁନାମ ବହୁ ଉଚ୍ଚରେ ରହିଛି । ସମସ୍ତଙ୍କ ଆଶୀର୍ବାଦ ପାଇଁ ଦେଶ ଆଗକୁ ଯାଉଛି କହିଲେ ରାଜନାଥ । ଅଧିକ ପଢନ୍ତୁ...

India's prestige in the world has greatly increased, says Rajnath Singh
ସମସ୍ତଙ୍କ ଆର୍ଶିବାଦ ପାଇଁ ଦେଶ ଆଗକୁ ଯାଉଛି : ପ୍ରତିରକ୍ଷା ମନ୍ତ୍ରୀ

By

Published : Jul 5, 2021, 7:15 AM IST

ଲକ୍ଷ୍ନୌ : ବିଶ୍ବରେ ଭାରତର ସୁନାମ ବହୁ ଉଚ୍ଚରେ ରହିଛି । ସମସ୍ତଙ୍କ ଆର୍ଶୀବାଦ ପାଇଁ ଦେଶ ଆଗକୁ ଯାଉଛି । ରବିବାର ଲକ୍ଷ୍ନୌ ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଉଟର ରିଙ୍ଗ ରୋଡ ଓ ଭିକ୍ଟୋରିଆ ଷ୍ଟ୍ରିଟ୍ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଲକ୍ଷ୍ନୌ ଗସ୍ତ କରିଥିଲେ ମନ୍ତ୍ରୀ । ଲକ୍ଷ୍ନୌ ଦେଶରେ ତିନୋଟି 3 ଟି ଶ୍ରେଷ୍ଠ ସହର ମଧ୍ୟରେ ରହିବା ଉଚିତ ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ ନେତା ତଥା ଅଧିକାରୀଙ୍କ ଉଦ୍ୟମରେ ଆଜି ଦେଶର ବିକାଶ ସମ୍ଭବ ହୋଇଛି। ଯେତେବେଳେ କୌଣସି ଅଞ୍ଚଳରେ ଭିତ୍ତିଭୂମି ବିକାଶ ହୁଏ ସେତେବେଳେ ଆର୍ଥିକ ସ୍ଥିତି ମଧ୍ୟ ବହୁତ ସୁଦୃଢ ହୁଏ । ଦେଶରେ ବିକାଶମୂଳକ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରିଥିବା ଚମତ୍କାର କାର୍ଯ୍ୟ ଭଳି ହେଉଛି । ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି। ଯେତେବେଳେ ଆମେ ବିଦେଶ ଯାଇ ପ୍ରଶଂସା ଗ୍ରହଣ କରୁଛୁ ତାହା ବ୍ୟକ୍ତିଗତ ସ୍ତରର ନୁହେଁ ବରଂ ଏହା ଆମ ଦେଶର ସୁନାମ ପାଇଁ ପାଉଛୁ।

ରାଜନାଥ ଏକ ଟୁଇଟ୍ କରି କହିଛନ୍ତି ଯେ, ଲକ୍ଷ୍ନୌ ଭିତ୍ତିଭୂମି, ନିର୍ବାଚନମଣ୍ଡଳୀକୁ ମଜବୁତ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି। ଲକ୍ଷ୍ନୌରେ ପହଞ୍ଚି ଚାଲିଥିବା ବିକାଶମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛି । ସହରର ଭିତ୍ତିଭୂମି ମଜବୁତ କରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି। ଏହି ସମସ୍ତ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ବୋଲି କରିଛନ୍ତି।

@ANI

ABOUT THE AUTHOR

...view details