ଓଡିଶା

odisha

ETV Bharat / bharat

ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ଲୋକାର୍ପଣ କଲେ ମୋଦି - ସାମୁଦ୍ରିକ ସେତୁ

Atal setu inauguration: ମହାରାଷ୍ଟ୍ର ଗସ୍ତ ଅବସରରେ ମୁମ୍ବାଇରେ ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

PM Modi Maharashtra visit
ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ର ଗସ୍ତ

By ETV Bharat Odisha Team

Published : Jan 12, 2024, 4:15 PM IST

ମୁମ୍ବାଇ: ଲୋକାର୍ପିତ ହେଲା ଦେଶର ସର୍ବବୃହତ ସାମୁଦ୍ରିକ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଆସି ମୁମ୍ବାଇ ଠାରେ ଏହି ସାମୁଦ୍ରିକ ସେତୁର ଉଦଘାଟନ କରିଛନ୍ତି । ୨୧.୮ କିଲୋମିଟର ଲମ୍ବ ଏହି ସାମୁଦ୍ରିକ ସେତୁର ନାମ 'ଅଟଳ ସେତୁ' ରଖାଯାଇଛି । ପ୍ରାୟ ୧୭ ହଜାର ୮୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏଥିପାଇଁ ପ୍ରାୟ ୭ ବର୍ଷ ସମୟ ଲାଗିଛି । ଏହି ସେତୁ ଦକ୍ଷିଣ ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଛି ।

ମେରାଇନ ପ୍ରକଳ୍ପ ମୁମ୍ବାଇ ଟ୍ରାନ୍ସହର୍ବର ଲିଙ୍କ ପ୍ରୋଜେକ୍ଟ(MTHL) ଅଧିନରେ ଅଟଳ ସେତୁର ନିର୍ମାଣ କରାଯାଇଛି । ଏହି ସୁଦୀର୍ଘ ସେତୁ ଦ୍ବାରା ଦକ୍ଷିଣ ମୁମ୍ବାଇରୁ ନାଭି ମୁମ୍ବାଇକୁ ଦୁଇ ଘଣ୍ଟା ସମୟ ଲାଗୁଥିବା ଯାତ୍ରା ଏବେ ମାତ୍ରା ୧୫ରୁ ୨୦ ମିନିଟରେ ଶେଷ ହେବ । ଫଳରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ସହ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ୨୦୧୮ ମସିହରେ ପ୍ରଧାନମନ୍ତ୍ରୀ ମୋଦି ଏହି ସାମୁଦ୍ରିକ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଥରହର ହେବେ ଚୀନ-ପାକିସ୍ତାନ, ନୌସେନାକୁ ମିଳିଲା ‘ଦୃଷ୍ଟି’

୨୧.୮ କିଲୋମିଟର ଲମ୍ବ ଅଟଳ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ୫.୫ କିଲୋମିଟର ନିର୍ମାଣ ହୋଇଛି । ଏଥିପାଇଁ ୧୭,୮୪୦ କୋଟି ଟଙ୍କାର ଖର୍ଚ୍ଚ କରାଯାଇଛି । ଅଟଳ ସେତୁ ଉଭୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ନାଭି ମୁମ୍ବାଇ ବିମାନ ବନ୍ଦରକୁ ଯୋଡିବ । ଏହାଦ୍ବାରା ମୁମ୍ବାଇରୁ ପୁଣେ, ଗୋଆ, ଦକ୍ଷିଣ ଭାରତକୁ ଯାତାୟତ ସମୟ ହ୍ରାସ ପାଇବ । ଏଥିସହ ଏହା ମୁମ୍ବାଇ ବନ୍ଦର ଏବଂ ଜବହାରଲାଲ ନେହେରୁ ମଧ୍ୟରେ ଯୋଗାଯୋଗ ସୁଦୃଢ କରିବ ।

ଏହି ସେତୁ ଉପରେ ୟାତାୟତ ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି । ଚାରିଚକିଆ ଯାନଗୁଡିକ ଏହି ସାମୁଦ୍ରିକ ସେତୁ ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବେ । ତେବେ ସେତୁରେ ମୋଟର ବାଇକ, ଅଟୋରିକ୍ସା ଏବଂ ଟ୍ରାକ୍ଟର ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ । କାର, ଟ୍ୟାକ୍ସି, କମ୍ ଭାରି ଯାନ, ମିନି ବସ୍‌ ମଧ୍ୟ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଯାତ୍ରା କରିବାର ନିୟମ ରହିଛି । ତେବେ ସେତୁରେ ଉଠିବା ଏବଂ ଗଡିବା ସମୟରେ ଗାଡିର ବେଗ ସର୍ବାଧିକ ୪୦ କିଲୋମିଟର ଭିତରେ ରହିବା ବାଧ୍ୟତାମୂଳକ ।

ପ୍ରଧାନମନ୍ତ୍ରୀ ମୋଦି ଅଟଳ ସେତୁର ଉଦଘାଟନ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ନାସିକରେ ୨୭ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିଛନ୍ତି । ଏଥିସହ ଆଜି ମହାରାଷ୍ଟ୍ରରେ ଅଟଳ ସେତୁ ସମେତ ପ୍ରାୟ ୩୦ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।

ABOUT THE AUTHOR

...view details