ଓଡିଶା

odisha

ETV Bharat / bharat

Monkeypox: ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ - ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ

ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ । ଜୁଲାଇ ୧୪ରେ ସଂକ୍ରମିତ ଚିହ୍ନଟ ପରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ଏବେ ଦେଶରେ ଅନ୍ୟ ୪ ସଂକ୍ରମିତ ଚିକିତ୍ସାଧୀନ । ଅଧିକ ପଢନ୍ତୁ

monkeypox: ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ
monkeypox: ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ

By

Published : Jul 30, 2022, 6:08 PM IST

ଥିରୁଅନନ୍ତପୁରମ:ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଦେଶର ପ୍ରଥମ ମଙ୍କିପକ୍ସ(Monkeypox) ସଂକ୍ରମିତ । କେରଳର ଏହି ସଂକ୍ରମିତ ରାଜଧାନୀ ଥିରୁଅନନ୍ତପୁରମର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ସୂଚନା ଦେଇଛନ୍ତି ।

ଜୁଲାଇ ୧୪ରେ କେରଳର ଏହି ବ୍ୟକ୍ତିଙ୍କ ଠାରେ ଦେଶର ପ୍ରଥମ ମାମଲା ଭାବେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା । ଲକ୍ଷଣ ପ୍ରକାଶ ପାଇବା ପରେ ସନ୍ଦିଗ୍ଧଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନକୁ (NIV) ପଠାଯାଇଥିଲା । ୭୨ ଘଣ୍ଚା ମଧ୍ୟରେ ଦୁଇ ଥର ପରୀକ୍ଷା ପରେ ସଂକ୍ରମିତଜଣଙ୍କ ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେବେଠାରୁ ସେ ଥିରୁଅନନ୍ତପୁରମର ଏକ ସରକାରୀ ହସ୍ପିଟାଲରେ ସ୍ବତନ୍ତ୍ର ସେଲରେ ରହି ଚିକିତ୍ସିତ ହେଉଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କ ନମୂନା ପୁଣି ପରୀକ୍ଷା ପାଇଁ ପଠାଯାଇଥିଲା ।

ନମୂନା ଦୁଇ ଥର ନେଗେଟିଭ ଆସିବା ପରେ ଆଜି (ଶନିବାର) ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଅନୁମତି ମିଳିଛି । ଅନ୍ୟ ଏକ ଅଶ୍ବସ୍ତିକର ସୂଚନା ଅନୁସାରେ, କେରଳରେ ଅନ୍ୟ ୨ ଚିକିତ୍ସାଧୀନ ସଂକ୍ରମିତଙ୍କ ଅବସ୍ଥା ମଧ୍ୟ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା କେରଳରେ ୩ ଜଣ ସମେତ ଦେଶରେ ମୋଟ ୫ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଚିକିତ୍ସିତ ରହିଛନ୍ତି । ଆଜି ପ୍ରଥମ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି ।

ABOUT THE AUTHOR

...view details