ଓଡିଶା

odisha

ଶୁଭାରମ୍ଭ ହେଲା ଭାରତର ପ୍ରଥମ ଚାଳକବିହୀନ ରେଳ ସେବା

ଶୁଭାରମ୍ଭ ହେଲା ଭାରତର ପ୍ରଥମ ଚାଳକବିହୀନ ରେଳ ସେବା । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

By

Published : Dec 28, 2020, 1:06 PM IST

Published : Dec 28, 2020, 1:06 PM IST

ଶୁଭାରମ୍ଭ ହେଲା ଭାରତର ପ୍ରଥମ ଚାଳକବିହୀନ ରେଳ ସେବା
ଶୁଭାରମ୍ଭ ହେଲା ଭାରତର ପ୍ରଥମ ଚାଳକବିହୀନ ରେଳ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭାରତର ପ୍ରଥମ ଚାଳକବିହୀନ ରେଳ ସେବାକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଏହା ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରୁ ଆରମ୍ଭ ହୋଇଛି ।

ଏହି ଚାଳକବିହୀନ ରେଳ ସେବା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଯାହା ମାନବ ତ୍ରୁଟିର ସମ୍ଭାବନାକୁ ଦୂର କରିବ ବୋଲି ସରକାର ବିବୃତ୍ତିରୁ ଜଣାପଡିଛି । ଏହି ରେଳ ସେବା ମ୍ୟାଜେଣ୍ଟା ଲାଇନର ପଶ୍ଚିମ ଜାନରପୁରୀର ବଟାନିକାଲ ଗାଡେନରୁ ଦିଲ୍ଲୀର ପିଙ୍କ ଲାଇନ ଶିବ ବିହାର ପର୍ଯ୍ୟନ୍ତ ରହିଛି ।

2021ମଧ୍ୟ ଭାଗରେ ଦିଲ୍ଲୀ ମେଟ୍ରୋରେ ଚାଳକବିହୀନ ରେଳ ସେବା ସଂଖ୍ୟା ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁଭାରମ୍ଭ ହୋଇଥିବା ଏହି ରେଳ ସେବା ଯାତ୍ରୀମାନଙ୍କୁ ଉତ୍ତମ ଯାତାୟତ ପ୍ରଦାନ କରିବା ସହିତ ନୂତନ ଯୁଗର ଆରମ୍ଭ ପାଇଁ ସୁଯୋଗ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହ ମୋଦି ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ଶୁଭାରମ୍ଭ କରିଛନ୍ତି ଯାହା ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଦେଶର ଯେ କୌଣସି ପ୍ରାନ୍ତରୁ ଜାରି ହୋଇଥିବା ରୁପେ-ଡେବିଟ୍ କାର୍ଡ ବହନ କରୁଥିବା ବ୍ୟକ୍ତିଙ୍କୁ ଏହାକୁ ବ୍ୟବହାର କରି ଯାତ୍ରା କରିବାକୁ ସକ୍ଷମ କରିବ। 2022 ସୁଦ୍ଧା ଏହି ସୁବିଧା ସମଗ୍ର ଦିଲ୍ଲୀ ମେଟ୍ରୋ ନେଟୱାର୍କରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଏଥିସହ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 100ତମ କିଶାନ ରେଳ ସେବାର ଶୁଭାରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details