ଓଡିଶା

odisha

ETV Bharat / bharat

ଭାରତ ଉପରେ ବିଶ୍ବର ଭରସା ବଢିଛି, କୂଟନୀତି ନୂଆ ଶିଖର ଛୁଇଁଛି : ପ୍ରଧାନମନ୍ତ୍ରୀ - ଜି20 ୟୁନିଭର୍ସିଟି କନେକ୍ଟ

ଭାରତ କୂଟନୀତି ନୂଆ ଶିଖର ଛୁଇଁଛି । ନୂଆଦିଲ୍ଲୀ ଘୋଷଣାନାମା ବିଶ୍ବର ହେଡଲାଇନ ହୋଇଛି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଜି20 ୟୁନିଭର୍ସିଟି କନେକ୍ଟ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi address G20 University Connect programme
G20 University Connect programme

By ETV Bharat Odisha Team

Published : Sep 27, 2023, 10:06 AM IST

ନୂଆଦିଲ୍ଲୀ: "ଆମର ନୂଆଦିଲ୍ଲୀ ଘୋଷଣାନାମାକୁ ଶତ ପ୍ରତିଶତ ସହମତି ଅନ୍ତର୍ଜାତୀୟ ହେଡଲାଇନ ହୋଇଛି । ଜି20ରେ କିଛି ଏପରି ନିଷ୍ପତ୍ତି ହୋଇଛି ଯାହା ଏକବିଂଶ ଶତାଦ୍ଦୀର ଅନେକ ଦିଗ ପରିବର୍ତ୍ତନର କ୍ଷମତା ରଖିଛି । ଭାରତ କୂଟନୀତି ଶିଖର ଛୁଇଁଛି । ଆଫ୍ରିକାନ ୟୁନିୟନ ଜି20ରେ ସ୍ଥାୟୀ ସଦସ୍ୟ ହୋଇଛି । ଗ୍ଲୋବଲ ବାୟୋ ପୁଏଲ୍ସ ଆଲାଏନ୍ସ ମଧ୍ୟ ଭାରତ ଜି20 ସମ୍ମିଳନୀରେ କରିଛି । ଏହି ଭାରତ ମଣ୍ଡପମରେ ଆୟୋଜିତ ଜି 20କୁ ଭାରତ ଯେଉଁ ଶିଖରରେ ପହଞ୍ଚାଇଛି ତାହାକୁ ଦେଖି ବିଶ୍ବ ଚକିତ ହୋଇଛି ।" ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଜି20 ୟୁନିଭର୍ସିଟି କନେକ୍ଟ କାର୍ଯ୍ୟକ୍ରମରେ କିଛି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

30 ଦିନର ରିପୋର୍ଟ କାର୍ଡ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଉପରେ ବିଶ୍ବର ଭରସା ବଢିଛି । ଆମେ ଜି20 ଶିଖର ସମ୍ମିଳନୀ ଆୟୋଜନ କଲୁ । ଏହା ସହଜ କଥା ନୁହେଁ । ଦେଶ କିନ୍ତୁ ତାହା ସଫଳତାପୂର୍ବକ କରି ଦେଖାଇଲା । ଭାରତର କୂଟନୀତି ଆଜି ନୂଆ ଶିଖର ଛୁଇଁଛି । 30 ଦିନ ଭିତରେ ଆମେ ଅନେକ କୂଟନୈତିକ ସଫଳତା ହାସଲ କରିଛୁ । ଭାରତରେ ଆୟୋଜିତ ଜି20 ସମ୍ମିଳନୀକୁ ସାରା ବିଶ୍ବ ପ୍ରଶଂସା କରୁଛି । ମୁଁ କିନ୍ତୁ ଏହାକୁ ଦେଖି ଆଦୌ ଚକିତ ନୁହେଁ । କାରଣ ଯେଉଁ କାର୍ଯ୍ୟକୁ ସଫଳ କରିବାକୁ ଯୁବପୀଢି ଲାଗି ପଡିବେ ତାହା ନିଶ୍ଚୟ ସଫଳ ହେବ । ଯୁବପିଢିଙ୍କ ପାଇଁ ଭାରତ ଆଜି ହାପେନିଂ ପ୍ଲେସ୍‌ ହୋଇଛି । ଜି20 ସମ୍ମିଳନୀରେ ଆମେ ଭାରତ-ମଧ୍ୟପ୍ରାଚ୍ୟ କରିଡର ଗଠନ ଲାଗି ନିଷ୍ପତ୍ତି ନେଇଥିଲୁ । 30 ଦିନରେ 85 ବିଶ୍ବନେତାଙ୍କ ସହ ସାକ୍ଷାତ କରିଥିଲୁ । ଯେବେ ନୂଆ ନୂଆ ଦେଶ ଭାରତ ସହ ଯୋଡ଼ି ହୁଏ ସେବେ ନୂଆ ବନ୍ଧୁ ମିଳିବା ସହ ନୂଆ ବଜାର ବି ମିଳିଥାଏ ।"

ଏହା ବି ପଢନ୍ତୁ...Rozgar Mela: ଦିନକେରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ଜି20 ୟୁନିଭର୍ସିଟି କନେକ୍ଟ କାର୍ଯ୍ୟକ୍ରମରେ ଯୁବପିିଢିଙ୍କୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆଗାମୀ 25 ବର୍ଷ ଅଧିକ ଗୁରୁତ୍ବପୂର୍ଣ୍ଣ । ଉଭୟ ଦେଶ ଓ ଯୁବପିଢିଙ୍କ ପାଇଁ ମଧ୍ୟ ସମାନ ମହ୍ବତ୍ତ୍ବପୂର୍ଣ୍ଣ । ବିଶ୍ବରେ ଆମେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ପାଲଟିଛୁ । କମ ସମୟରେ ଦଶମ ସ୍ଥାନରୁ ପଞ୍ଚମତୁ ଉନ୍ନୀତ ହୋଇଛୁ । ନିବେଶ ରେକର୍ଡ ସ୍ତରରେ ରହିଛି । ଦୁନିଆକୁ ଭାରତର ଯୁବପିଢିଙ୍କ ଦକ୍ଷତା ଓ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦୁନିଆର ପ୍ରଗତି ପାଇଁ ଭାରତର ପ୍ରଗତି ଆବଶ୍ୟକ । 2047 ଯାଏଁ ଭାରତକୁ ବିକଶିତ ଓ ଆତ୍ମନିର୍ଭର ହେବା ଦିଗରେ କେହି ଅଟକାଇ ପାରିବେ ନାହିଁ । ଆମ ନୂଆ ପିଢି ଯାହା ସଂକଳ୍ପ ନେବେ ତାହା ପୂରଣ କରିବାକୁ ନିଶ୍ଚୟ ପ୍ରୟାସ କରିବେ ।"

ABOUT THE AUTHOR

...view details