ଓଡିଶା

odisha

Vaccination: ଦେଶରେ ୧୪୯.୫୭ କୋଟି ଅତିକ୍ରମ କଲା ଟୀକାକରଣ

By

Published : Jan 7, 2022, 12:36 PM IST

ଦେଶରେ ୧୪୯.୫୭ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ପ୍ରଦାନ କରିଛି । ଅଧିକ ପଢନ୍ତୁ

Vaccination : ଦେଶରେ ୧୪୯.୫୭ କୋଟି ଅତିକ୍ରମ କଲା ଟୀକାକରଣ
Vaccination : ଦେଶରେ ୧୪୯.୫୭ କୋଟି ଅତିକ୍ରମ କଲା ଟୀକାକରଣ

ନୂଆଦିଲ୍ଲୀ: କିଛି ମାସର ବ୍ୟବଧାନ ପରେ ଏବେ ଦେଶବାସୀଙ୍କୁ ପୁଣି ଡରାଇଲାଣି କୋରୋନା । ଲଗାତାର ଦୈନିକ ସଂକ୍ରମଣ ବୃଦ୍ଧି ହୋଇଥିବାରୁ ତୃତୀୟ ଲହରର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଛି । ତେବେ ସଂକ୍ରମଣରେ ରୋକ ଲଗାଇବାକୁ ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ ଟୀକାକରଣ । ଗତାକଲି ୮୫ଲକ୍ଷ ଟୀକାକରଣ ହୋଇଥିବା ବେଳେ ଏବେ ଦେଶରେ ୧୪୯.୫୭ କୋଟି ଅତିକ୍ରମ କରିଛି ମୋଟ ଟୀକାକରଣ (Corona Vaccination Coverage in India)। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଳାୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଦେଶରେ ଏବେ ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ମଧ୍ୟ ଜାରି ରହିଛି । ଯାହା ଜାନୁଆରୀ ୩ରୁ ଆରମ୍ଭ ହୋଇଥିଲା ।

ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ (COVID-19 Vaccine) । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details