ନୂଆଦିଲ୍ଲୀ: ଭାରତରେ କୋରୋନାର ଦ୍ବିତୀୟ ଲହର ଅଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ତୀବ୍ର ହେବାରେ ଲାଗିଛି । ଏହାକୁ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଗେବ୍ରେଏସ ଶୁକ୍ରବାର କହିଛନ୍ତି ଯେ, ମହାମାରୀର ଦ୍ବିତୀୟ ଲହର ସମଗ୍ର ବିଶ୍ବ ପାଇଁ ଆତ୍ମଘାତୀ ପ୍ରମାଣିତ ହେବ ।
ଗେବ୍ରେଏସ୍ ଆହୁରି ମଧ୍ୟ କହିଛନ୍ତି ଯେ, WHO ଭାରତରେ କୋଭିଡ-19 ବୃଦ୍ଧିକୁ ନେଇ ଚିନ୍ତିତ ରହିଛି । ହଜାର ହଜାର ଅମ୍ଳଜାନ କନସେନଟ୍ରେଟର୍ସ, ମୋବାଇଲ୍ ଫିଲ୍ଡ ହସ୍ପିଟାଲ୍ ପାଇଁ ଟେଣ୍ଟ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛି WHO ।