ନୂଆଦିଲ୍ଲୀ:ଦିନକୁ ଦିନ ଉଗ୍ର ହେଉଛି କୋରୋନା । ଭାରତରେ ଦେଖା ଦେଇଥିବା କୋରୋନାର ଡବଲ ମ୍ୟୁଟାଣ୍ଟ ଏବେ ବିଶ୍ବର ଚିନ୍ତା ବଢାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର କହିଛି କି, ଭାରତରେ ଦେଖାଦେଇଥିବା ବି.1. 617 ଭାରିଆଣ୍ଟ ବର୍ତ୍ତମାନ ବିଶ୍ବକୁ କବଳିତ କରିବାକୁ ଲାଗିଲାଣି । ଏହି ମ୍ୟୁଟାଣ୍ଟ ପୃଥିବୀର 44ଟି ଦେଶରୁ ବ୍ୟାପିଛି ବୋଲି 'ହୁ' ସୂଚନା ଦେଇଛି ।
ଭାରତ ଅପେକ୍ଷା ଏହି ମ୍ୟୁଟାଣ୍ଟରେ ବ୍ରିଟେନକୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ମ୍ୟୁଟାଣ୍ଟ ବର୍ତ୍ତମାନ 44ଟି ଦେଶରେ 4500ରୁ ଅଧିକ ସଂଗୃହିତ ହୋଇଥିବା ନମୁନାରେ ଚିହ୍ନଟ ହୋଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ ଅକ୍ଟୋବରରେ ଏହି ମ୍ୟୁଟାଣ୍ଟ ଦେଖା ଦେଇଥିଲା ବୋଲି କହିଛି 'ହୁ' ।
ଏହା ଆଗରୁ ବ୍ରିଟେନ,ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା ଏହି ନୂଆ ଭାରିଆଣ୍ଟ ଦେଖା ଦେଇଥିଲା । ବାସ୍ତବିକ ଭାବରେ ଏହା ବହୁତ ମାରାତ୍ମକ ବୋଲି କୁହାଯାଇଛି । ଏହା ଦ୍ରୁତ ଗତିରେ ମାଡି ପାରେ ନହେଲେ ଭ୍ୟାକ୍ସିନଠାରୁ ବଞ୍ଚିବାକୁ ଚେଷ୍ଟା କରିପାରେ । ଏହି ଭୂତାଣୁ ବାସ୍ତବିକ ଭାବରେ ବହୁତ ଜୋରରେ ଲୋକଙ୍କୁ ସଂକ୍ରମିତ କରୁଛି । ଏଥିପାଇଁ 'ହୁ' ବିଭିନ୍ନ ଦେଶରେ ବଢୁଥିବା ସଂକ୍ରମିତଙ୍କ ମାମଲା ଉପରେ ଗୁରୁତ୍ବ ଦେଇଛି ।
130 କୋଟି ଜନସଂଖ୍ୟା ଥିବା ଦେଶ ଭାରତ କୋରୋନା ମହାମାରୀରେ ଅଧିକ ପ୍ରଭାବିତ ହୋଇଛି । ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ଭିତରେ ବିଶ୍ବରେ ଭାରତର ସ୍ଥାନ ଦ୍ବିତୀୟରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ରହିଛି । କିଛି ସପ୍ତାହ ଧରି ଭାରତରେ ପ୍ରତିଦିନ ତିନି ଲକ୍ଷକୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପ୍ରତିଦିନ 4 ହଜାରରୁ ଅଧିକଙ୍କର ଜୀବନ ଯାଉଛି । ଚୀନର ହୁଆନ ସହରରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ବର୍ଷେ ହେବ ସାରା ଭାରତରେ ତାଣ୍ଡବ ରଚିଛି । କୋରୋନାର ପ୍ରକୋପରେ ସମଗ୍ର ଦେଶର ମେରୁଦଣ୍ଡ ଦୋହଲି ଯାଇଛି । କୋରୋନାକୁ ରକ୍ଷା ପାଇବା ଭ୍ୟାକ୍ସିନ ସହିତ ସର୍ତକତା ହିଁ ଏକମାତ୍ର ସାହାରା ।
ବ୍ୟୁରୋ ରିପାେର୍ଟ,ଇଟିଭି ଭାରତ