ନୂଆଦିଲ୍ଲୀ:ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଗତକାଲି (ବୁଧବାର) ଦେଶରେ ଟୀକାକରଣ ୬୦କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟରରେ ସେୟାର କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ଅଭିଯାନରେ ଭାରତ ୬୦କୋଟି ଟୀକାକରଣ ଅତିକ୍ରମ କରିଛି । ଏନେଇ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଟୀକାକରଣର ୨୨୨ ଦିନରେ ୬୬ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଦେଶରେ ୬୦କୋଟି ଅତିକ୍ରମ କଲା ଟୀକାକରଣ - ଟୀକାକରଣ
ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଗତକାଲି (ବୁଧବାର) ଦେଶରେ ଟୀକାକରଣ ୬୦କୋଟି ଅତିକ୍ରମ କରିଛି । ଅଧିକ ପଢନ୍ତୁ...
ଦେଶରେ ୬୦କୋଟି ଆତିକ୍ରମ କଲା ଟୀକାକରଣ
ବୁଧବାର ପର୍ଯ୍ୟନ୍ତ ୪୬କୋଟି, ୫୭ ଲକ୍ଷ ୪ହଜାର ୬୪୭ଜଣ ପ୍ରଥମ ଡୋଜ ନେଇଥିବା ବେଳେ , ୧୩କୋଟି ୬୭ ଲକ୍ଷ ୨୦ହଜାର ୬୨୪ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କୁ ୧କୋଟିରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୨, ୭୦, ୯୧୩ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ୧, ୮୩, ୧୧, ୬୭୯ ପ୍ରଥମ ଡୋଜ ଓ ୧, ୨୭, ୭୪, ୨୮୫ ଦ୍ବିତୀୟ ଡୋଜ ଦିଆଯାଇଛି ।
@ANI