ଓଡିଶା

odisha

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି । ବିଭିନ୍ନ ସରକାରୀ ପ୍ରତିଷ୍ଠାନରେ ଗୁଳି ବର୍ଷଣ ସହ ବୋମାମାଡ ଜାରି । ଭାରତୀୟଙ୍କ ସୁରକ୍ଷା ପାଇଁ ସତର୍କତା ନିର୍ଦ୍ଦେଶାବଳୀ ଜାରି କଲା ଦୂତାବାସ । ଅଧିକ ପଢନ୍ତୁ

By

Published : Apr 15, 2023, 4:40 PM IST

Published : Apr 15, 2023, 4:40 PM IST

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା
ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା

ଖାର୍ତ୍ତୋମ:ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ରାଜଧାନୀ ଖାର୍ତ୍ତୋମରେ ଉଭୟ ପରସ୍ପର କ୍ୟାମ୍ପ ଓ କାର୍ଯ୍ୟାଳୟ ଉପରେ ପ୍ରବଳ ଆକ୍ରମଣ ଜାରି କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ନିୟନ୍ତ୍ରଣକୁ ନେବା ପାଇଁ ଉଭୟ ଫୋର୍ସ ଗୁଳିମାଡ ସହ ବିସ୍ଫୋରଣ ଜାରି ରଖିଛନ୍ତି । ଫଳରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ ଦୂତାବାସ । ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ରହିବା ସହ ବାହାରକୁ ନବାହାରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ଗାଇଡଲାଇନ ମଧ୍ୟ ପ୍ରକାଶ ପାଇଛି ।

ସୁଦାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି, ରାଜଧାନୀ ସମେତ ଅନ୍ୟ କିଛି ସ୍ଥାନରେ ଗୁଳିଗୋଳା ଓ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ସମସ୍ତ ଭାରତୀୟ ସତର୍କତା ଅବଲମ୍ବନ କରନ୍ତୁ । ବାହାରେ ବୁଲାବୁଲି ନକରି ଘର ଭିତରେ ରୁହନ୍ତୁ । ଭୟଭୀତ ନହୋଇ ନୀରବ ରହିବା ସହ ଅପଡେଟକୁ ଅପେକ୍ଷା କରନ୍ତୁ ବୋଲି ଦୂତାବାସ ତାର ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଗତ ପ୍ରାୟ ଏକ ସପ୍ତାହ ଧରି ଏହି ଉତ୍ତେଜନା ଜାରି ରହିଥିବା ବେଳେ ଆଜି ତାହା ହିଂସାର ରୂପ ଧାରଣ କରିଛି । ପାରାମିଲିଟାରୀ ରାପିଡ୍‌ ସପୋର୍ଟ ଫୋର୍ସ (RSF) କୁ ନିୟମିତ ସେନାରେ ସାମିଲ ନିଷ୍ପତ୍ତିକୁ ବିରୋଧ କରୁଛି ସେନା ।ନେଇ ସେନାମୁଖ୍ୟ ଅବଦ୍ଦଲ ଫତୈ ଅଲ ବୁରହାନ ଓ ପାରାମିଟିଲାରୀ ଫୋର୍ସ ମୁଖ୍ୟ ମହମ୍ମଦ ହାମଡାନଙ୍କ ମଧ୍ୟରେ ତିକ୍ତତା କାରଣରୁ ପରସ୍ପର ଫୋର୍ସ ମୁହାଁମୁହିଁ ହୋଇଛନ୍ତି । RSF ଖାର୍ତ୍ତୋମ ବିମାନ ବନ୍ଦରକୁ ନିଜ କବଜାକୁ ନେଇଥିବା ମଧ୍ୟ ଘୋଷଣା କରିଛି ।

ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁସାରେ, ବିମାନ ବନ୍ଦର ନିକଟ ଓ ସହରର ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ନିକଟରେ ପ୍ରବଳ ବିସ୍ଫୋରଣ ଓ ଗୁଳିମାଡ ହୋଇଛି । ଭୟରେ ସାଧାରଣ ଲୋକେ ଜୀବନ ବିକଳରେ ଧାଇଁବାରେ ଲାଗିଥିଲେ । ଏବେ ମଧ୍ୟ ଉତ୍ତେଜନା ଲାଗିରହିଛି । ପରସ୍ପର ବିରୋଧୀ ଉଭୟ ଫୋର୍ସ ସରକାରୀ ପ୍ରତିଷ୍ଠାନଗୁଡିକୁ ଦଖଲ କରିବାକୁ ପ୍ରୟାସ କରୁଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପନ୍ନ ହୋଇଛି । ଫଳରେ ଭାରତୀୟଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ଦୂତାବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details