ଥିରୁଅନନ୍ତପୁରମ:ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ କୋରୋନା ମହାମାରୀର ନୂଆ ଷ୍ଟ୍ରେନ ବିରୋଧରେ ସ୍ବଦେଶୀ ଟିକା ପ୍ରଭାବ ପକାଇବ ବୋଲି କ୍ଲିନିକାଲ ଟ୍ରାଏଲରୁ ପ୍ରମାଣିତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ଗୁରୁବାର ସୂଚନା ଦେଇଛି ।
କେରଳରେ ଆୟୋଜିତ ହୋଇଥିବା 'କେରଳ ହେଲ୍ଥ: ମେକିଂ ଦି ଏସଡିଜି ଏ ରିୟାଲିଟି' ନାମକ ଏକ ଅନ୍ତର୍ଜାତୀୟ ୱେବିନାରକୁ ସମ୍ବୋଧିତ କରୁଥିବା ବେଳେ ICMRର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗଭା କହିଛନ୍ତି । ଏହି କାର୍ଯ୍ୟକ୍ରମ କରେଳ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ବେଳେ ଡକ୍ଟର ବଳରାମ ଉପସ୍ଥାପନା କରିଥିବା ବିଷୟବସ୍ତୁ 'ୟୁକେ ଷ୍ଟ୍ରେନ କୋଭାକ୍ସିନର ନିରପେକ୍ଷତା ସମ୍ଭାବନା' ସମ୍ପର୍କରେ କହିଥିଲେ ।