ଓଡିଶା

odisha

ETV Bharat / bharat

ଆତଙ୍କୀ ନିରୋଧୀ ମିଳିତ ଅଭ୍ୟାସ ଶେଷ କଲେ ଭାରତ-ଉଜବେକିସ୍ତାନ - ଭାରତୀୟ ସାମରିକ ଅଭ୍ୟାସ

ଉଜବେକିସ୍ତାନରେ ଶେଷ ହେଲା ଭାରତ ଓ ଉଜବେକିସ୍ତାନ ମଧ୍ୟରେ ମିଳିତ ଆତଙ୍କୀ ନିରୋଧି ସମରାଭ୍ୟାସ । ସୂଚନା ଦେଲା ସେନା । ଅଧିକ ପଢନ୍ତୁ

ଆତଙ୍କୀ ନିରୋଧୀ ମିଳିତ ଅଭ୍ଯାସ ଶେଷ କଲେ ଭାରତ-ଉଜବେକିସ୍ତାନ
ଆତଙ୍କୀ ନିରୋଧୀ ମିଳିତ ଅଭ୍ଯାସ ଶେଷ କଲେ ଭାରତ-ଉଜବେକିସ୍ତାନ

By

Published : Mar 29, 2022, 10:15 PM IST

ନୂଆଦିଲ୍ଲୀ:ମିିଳିତ ଆତଙ୍କୀ ନିରୋଧୀ ଅଭ୍ୟାସ ଶେଷ କରିଛନ୍ତି ଭାରତ ଓ ଉଜବେକିସ୍ତାନ ସେନା । ଉଜବେକିସ୍ତାନର ୟାଙ୍ଗିଆରିକରେ ଦୁଇ ଦେଶ ପକ୍ଷରୁ ଜାରି ରହିଥିବା ମିଳିତ ଫିଲ୍ଡ ପ୍ରଶିକ୍ଷଣ ଅଭ୍ୟାସ 'ଡଷ୍ଟଲିକ୍'ର ତୃତୀୟ ସଂସ୍କରଣ ଅଧୀନରେ ଏହି ଆତଙ୍କବାଦ ବିରୋଧୀ ଅଭ୍ୟାସ ଶେଷ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିିଳିଛି ।

ଏହି ପ୍ରଶିକ୍ଷଣ ମୁଖ୍ୟତଃ ରଣନୀତିକ କୌଶଳ ଆଦାନ ପ୍ରଦାନ ଓ ସେନାର ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହି ଅଭ୍ୟାସ ଦୁଇ ଦେଶର ସେନା ପାଇଁ ଲାଭଦାୟକ ବୋଲି ଭାରତ କହିଛି । ଏହିି ଅଭ୍ୟାସରେ ଯୁଦ୍ଧ ପ୍ରଶିକ୍ଷଣ ବ୍ୟତୀତ କ୍ରୀଡ଼ା ଏବଂ ସାଂସ୍କୃତିକ ଭାବ ବିନିମୟ ମଧ୍ୟ ସ୍ଥାନ ପାଇଥିଲା, ଯାହା ଏକ ବଡ ସଫଳତା ବୋଲି ଭାରତୀୟ ସେନା କହିଛି।

ଏପରି ବନ୍ଧୁତ୍ବପୂର୍ଣ୍ଣ ଅଭ୍ୟାସ ଭବିଷ୍ୟତରେ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ କେବଳ ସାମରିକ ସମ୍ପର୍କ ନୁହେଁ ବରଂ ପାରମ୍ପାରିକ ବନ୍ଧୁତ୍ୱାକୁ ଆହୁରି ଦୃଢ କରିବା ଦିଗରେ ବେସ ସହାୟକ ହେବ । ଉଭୟ ଦେଶ ମଧ୍ୟରେ ସାମରିକ ଅଭ୍ୟାସ ମାର୍ଚ୍ଚ 22 ରୁ ଆରମ୍ଭ ହୋଇ (ଆଜି) ମାର୍ଚ୍ଚ 29ରେ ଶେଷ ହୋଇଛି । ଅଂଶଗ୍ରହଣ କରିଥିବା ଭାରତୀୟ ସେନା ଟିମକୁ ଗ୍ରେନାଡିୟର୍ସ ରେଜିମେଣ୍ଟ ପ୍ରତିନିଧିତ୍ବ କରିଥିବା ବେଳେ ପ୍ରତିପକ୍ଷ ତଥା ଉଜବେକିସ୍ତାନ ପକ୍ଷରୁ ଉତ୍ତର-ପଶ୍ଚିମ ମିଲିଟାରୀ ଡିଷ୍ଟର ସୈନ୍ୟମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ଗତବର୍ଷ ମାର୍ଚ୍ଚ (2021) ରେ ଉତ୍ତରାଖଣ୍ଡର ରାଣିକେଟରେ ଡଷ୍ଟଲିକ (Dustlik)ର ଶେଷ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଚଳିତଥର ଏହା ଉଜବେକିସ୍ତାନରେ ଅନୁଷ୍ଠିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details