ଓଡିଶା

odisha

By

Published : Feb 3, 2021, 10:50 PM IST

ETV Bharat / bharat

ବିଧାନସଭା ନିର୍ବାଚନ ପାଇଁ ସାଂସଦ ପଦ ଛାଡିଲେ କେରଳ ନେତା

ବିଧାନସଭା ନିର୍ବାଚନ ପାଇଁ ସାଂସଦ ଭାବେ ରାଜନୈତିକ ଯାତ୍ରାକୁ ଅଧାରୁ ଅଟକାଇଦେବା ନିଶ୍ଚୟ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । କେରଳରୁ ସାମ୍ନାକୁ ଆସିଛି ଏପରି ଖବର, ଯେଉଁଠି ଜଣେ ଲୋକସଭା ସାଂସଦ ବିଧାନସଭା ନିର୍ବାଚନ ଲଢିବାକୁ ନିଜ ପଦରୁ ଦେଇଛନ୍ତି ଇସ୍ତଫା । ଅଧିକ ପଢନ୍ତୁ...

ବିଧାନସଭା ନିର୍ବାଚନ ପାଇଁ ସାଂସଦ ପଦ ଛାଡିଲେ କେରଳ ନେତା
ବିଧାନସଭା ନିର୍ବାଚନ ପାଇଁ ସାଂସଦ ପଦ ଛାଡିଲେ କେରଳ ନେତା

ନୂଆଦିଲ୍ଲୀ: ସାଂସଦ ଭାବରେ ଜାତୀୟ ସ୍ତରରେ ନିଜର ରାଜନୈତିକ ଜୀବନ ବଞ୍ଚିବାକୁ କେଉଁ ନେତା ବା ନ ଚାହିଁବ ? ବିଧାନସଭା ନିର୍ବାଚନ ପାଇଁ ସାଂସଦ ଭାବେ ରାଜନୈତିକ ଯାତ୍ରାକୁ ଅଧାରୁ ଅଟକାଇଦେବା ନିଶ୍ଚୟ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । କେରଳରୁ ସାମ୍ନାକୁ ଆସିଛି ଏପରି ଖବର, ଯେଉଁଠି ଜଣେ ଲୋକସଭା ସାଂସଦ ବିଧାନସଭା ନିର୍ବାଚନ ଲଢିବାକୁ ନିଜ ପଦରୁ ଦେଇଛନ୍ତି ଇସ୍ତଫା ।

ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(IUML)ର ସାଧାରଣ ସମ୍ପାଦକ ପି.କେ କୁହ୍ନାଲିକୁଟ୍ଟୀ ବୁଧବାର ଲୋକସଭା ସାଂସଦ ପଦରୁ ଦେଇଛନ୍ତି ଇସ୍ତଫା । ସେ ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢିବା ପାଇଁ କରୁଛନ୍ତି ପ୍ରସ୍ତୁତି ।

ଦଳର ଜାତୀୟ ତଥା ରାଜ୍ୟ କମିଟିର ନିର୍ଦ୍ଦେଶ ପରେ ସେ ତାଙ୍କ ସଂସଦ ସଦସ୍ୟତା ଛାଡିଛନ୍ତି ବୋଲି ପି.କେ କୁହ୍ନାଲିକୁଟ୍ଟୀ କହିଛନ୍ତି। ସେ ଇସ୍ତଫା ଦେବା ପାଇଁ ଦିଲ୍ଲୀ ଯିବା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପାନକ୍କଡରେ IUML ଅଧ୍ୟକ୍ଷ ସୟଦ ହାଇଦରଅଲି ଶିହାବ ଥାଙ୍ଗଲଙ୍କୁ ଭେଟିଥିଲେ।

କୁହ୍ନାଲିକୁଟ୍ଟୀ ତାଙ୍କ ଇସ୍ତଫା ପତ୍ରକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାଖଲ କରିଥିଲେ। IUML କାର୍ଯ୍ୟକାରୀ ସମ୍ପାଦକ ଇଟି ମହମ୍ମଦ ବଶିର, ସାଂସଦ ତଥା ଜାତୀୟ କୋଷାଧ୍ୟକ୍ଷ ପି.ଭି. ଅବଦୁଲ ୱାହାବ ଏବଂ ସାଂସଦ କେ ନାଭାସ୍କାନି ଏହି ସମୟରେ କୁହ୍ନାଲିକୁଟ୍ଟୀଙ୍କ ସହ ଥିଲେ।

ରାଜ୍ୟ ରାଜନୀତିକୁ ଫେରିବାର ସଂକେତ ଦେଇ କିଛି ମାସ ପୂର୍ବରୁ ଆଇୟୁଏମଏଲ ଦ୍ବାରା ତାଙ୍କୁ ବିଧାନସଭା ନିର୍ବାଚନର ଦାୟିତ୍ବ ଦିଆଯାଇଥିଲା । ଆଇୟୁଏମଏଲର ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସମାଲୋଚନାର କରାଯାଇଥିଲା । ସେ କେରଳ ରାଜନୀତିକୁ ଫେରିବା ତାଙ୍କ ସଂସଦରେ ବିଫଳତା ବୋଲି ବର୍ଣ୍ଣନା କରିଥିଲେ।

ABOUT THE AUTHOR

...view details