ଓଡିଶା

odisha

ETV Bharat / bharat

ଚୋକସିଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଏଜେନ୍ସି ଟିମ ଡୋମିନିକାରୁ ଭରିଲା ଉଡାଣ - mehul choksi

ମେହୁଲ ଚୋକସିଙ୍କୁ ଡୋମିନିକାରୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପଠାଯାଇଥିବା ବିଭିନ୍ନ ଭାରତୀୟ ଏଜେନ୍ସି ଅଧିକାରୀ ଦଳ କତାର ବିମାନବନ୍ଦରରୁ ଭାରତ ଫେରୁଛନ୍ତି । ଅଧିକ ପଢନ୍ତୁ...

ଚୋକସିଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଏଜେନ୍ସି ଟିମ ଡୋମିନିକାରୁ ଭରିଲା ଉଡାଣ
ଚୋକସିଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଏଜେନ୍ସି ଟିମ ଡୋମିନିକାରୁ ଭରିଲା ଉଡାଣ

By

Published : Jun 4, 2021, 4:30 PM IST

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ, ମେହୁଲ ଚୋକସିଙ୍କୁ ଡୋମିନିକାରୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପଠାଯାଇଥିବା ବିଭିନ୍ନ ଭାରତୀୟ ଏଜେନ୍ସି ଅଧିକାରୀ ଦଳ କତାର ବିମାନବନ୍ଦରରୁ ଭାରତ ଫେରୁଛନ୍ତି । ଚୋକସିଙ୍କ ଆଇନଜୀବୀ ଡୋମିନିକା ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରିଥିଲେ ।

ଗୁରୁବାର ଚୋକସିଙ୍କ ଯାଚିକାର ଶୁଣାଣି ସ୍ଥଗିତ କରିଦେଇଥିଲେ ଡୋମିନିକା ହାଇକୋର୍ଟ । ଏହାପରେ ବିମାନ 3 ଜୁନ ସ୍ଥାନୀୟ ସମୟ ଅନୁସାରେ ରାତି 8ଟା 9ରେ ଡୋମିନିକା ମେଲୱିଲେ ହଲ ଏୟାରପୋର୍ଟରୁ ଉଡାଣ ଭରିଛି ।

ସାର୍ବଜନିକ ରୂପେ ଉପଲବ୍ଧ ଉଡାଣ ମାର୍ଗର ସୂଚନା ଅନୁଯାୟୀ, ବିମାନ ମେଡ୍ରିଡ ଆଡକୁ ଉଡାଣ ଭରିଛି । ବିଭିନ୍ନ ଯାଞ୍ଚ ଏଜେନ୍ସି ଦଳର ଅଧିକାରୀ ମଧ୍ୟ ଏଠାରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

ସିବିଆଇର ଉପ ମହାନିରୀକ୍ଷକ ଶରଦ ରାଉତଙ୍କ ନେତୃତ୍ବାଧିନ ଅଧିକାରୀ ଟିମ 13 ହଜାର 500 କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ଅଭିଯୁକ୍ତ ପଳାତକ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପାଖାପାଖି 7 ଦିନ ଡୋମିନିକାରେ ରହିଥିଲେ ।

ଚୋକସିଙ୍କ ଆଇନଜୀବୀ ଡୋମିନିକା ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି ସ୍ଥଗିତ କରିଦିଆଯାଇଛି । ଗିରଫ ହୋଇଥିବା କୌଣସି ବ୍ୟକ୍ତି ତଥା ଅବୈଧ ଭାବରେ ଜେଲରେ ବନ୍ଦୀ ବ୍ୟକ୍ତିକୁ ଅଦାଲତରେ ହାଜର କରିବାର ଅନୁରୋଧ କରିବା ପାଇଁ ଯାଚିକା ଦାଖଲ କରାଯାଇଥାଏ ।

ସ୍ଥାନୀୟ ମିଡିଆ ଖବର ଅନୁଯାୟୀ, ମାମଲା ଉପରେ ପରବର୍ତ୍ତୀ ଶୁଣାଣି ପାଖାପାଖି ଏକ ମାସ ପରେ ହୋଇପାରେ । ଅର୍ଥାତ ଏହି ସମୟରେ ଚୋକସି ଡୋମିନିକାରେ ହିଁ ରହିବେ ।

ABOUT THE AUTHOR

...view details