ଓଡିଶା

odisha

By

Published : Mar 7, 2022, 9:22 AM IST

ETV Bharat / bharat

ଆଜି ସ୍ବଦେଶ ଫେରିବେ ୟୁକ୍ରେନରେ ଆହତ ଭାରତୀୟ ଛାତ୍ର

ଆଜି ସ୍ବଦେଶ ଫେରିବେ ଭାୟତୀୟ ଛାତ୍ର ହରଜୋତ ସିଂହ। ଯୁକ୍ରେନ-ଋଷର ମହାଯୁଦ୍ଧବେଳେ ୟୁକ୍ରେନରୁ ଫେରିବା ସମୟରେ ଦେହରେ ଗୁଳି ବାଜିଥିବା ଭାରତୀୟ ଛାତ୍ର ଆଜି ଦିଲ୍ଲୀରେ ଆସି ପହଞ୍ଚିବେ। ଅଧିକ ପଢ଼ନ୍ତୁ

indian student shot at in ukraine to return today says union minister
ଆଜି ସ୍ବଦେଶ ଫେରିବେ ୟୁକ୍ରେନରେ ଆହତ ହୋଇଥିବା ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଆଜି ସ୍ବଦେଶ ଫେରିବେ ଭାୟତୀୟ ଛାତ୍ର ହରଜୋତ ସିଂହ। ଯୁକ୍ରେନ-ଋଷର ମହାଯୁଦ୍ଧ ବେଳେ ୟୁକ୍ରେନରୁ ଫେରିବା ସମୟରେ ଦେହରେ ଗୁଳି ବାଜିଥିବା ଭାରତୀୟ ଛାତ୍ର ଆଜି ଦିଲ୍ଲୀରେ ଆସି ପହଞ୍ଚିବେ। ହରଜୋତ ଫେରିବା ନେଇ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭିକେ ସିଂହ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ସୂଚନା ଦେଇ କହିଛନ୍ତି ଯେ, "କିଭ ଉପରେ ଋଷର ଆକ୍ରମଣ ବେଳେ ଆହତ ହୋଇଥିଲେ ଭାରତୀୟ ଛାତ୍ର ହରଜୋତ ସିଂହ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଆମ ସହିତ ଭାରତ ଫେରୁଛନ୍ତି। ଆଶା କରୁଛି ଯେ ଘରେ ସଠିକ ଯତ୍ନ ଓ ଖାଦ୍ୟ ଖାଇ ସେ ଶୀଘ୍ର ସୁସ୍ଥ ହେବେ"। ଭାରତୀୟ ଛାତ୍ର ହରଜୋତ ସିଂହ ଦିଲ୍ଲୀର ଛତ୍ରପୁର ନିବାସୀ ଅଟନ୍ତି।

ସୂଚନା ଥାଉକି, ୟୁକ୍ରେନ ରାଜଧାନୀ କିଭକୁ କବ୍‌ଜା କରିବାକୁ ଋଷ ଜୋରଦାର ଆକ୍ରମଣ କରୁଛି । ଏହି ଯୁଦ୍ଧ ସମୟରେ ହରଜୋତ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହରଜୋତଙ୍କ କହିବା ଅନୁସାରେ ସେମାନେ ତିନି ଜଣ ତୃତୀୟ ଚେକ୍‌ ପଏଣ୍ଟ ପାର ହେବାକୁ ଯାଇଥିବା ସମୟରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଥିଲା। ସେମାନଙ୍କ କାରକୁ ବହୁ ସଂଖ୍ୟାରେ ଗୁଳି ବର୍ଷଣ କରାଯାଇଥିଲା ବୋଲି ହରଜୋତ କହିଛନ୍ତି । ଅନ୍ୟପଟେ ସେମାନେ ବାରମ୍ବାର ଗୋଡ ସହ ଛାତିକୁ ଗୁଳି ମାଡ କରିଥିଲେ । ତେବେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।

ABOUT THE AUTHOR

...view details