ନୂଆଦିଲ୍ଲୀ:ୟୁକ୍ରେନ ରାଜଧାନୀ କିବରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ ଆହତ । ଛାତ୍ରଜଣଙ୍କ ହରଜୋତ ସିଂ ବୋଲି ସୂଚନା ମିଳିଛି । ତେବେ ଆଜି କିବରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ତାଙ୍କ ଦେହରେ ଗୁଳିମାଡ ହୋଇଛି । ତାଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲାଣ୍ଡରେ ଅପରେସନ ଗଙ୍ଗାର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ସିଂ କହିଛନ୍ତି, ଗୁଳିମାଡରେ ଛାତ୍ର ଜଣଙ୍କ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏହି ଗୁଳିକାଣ୍ଡରେ ସେ ନିଜର ପାସପୋର୍ଟ ମଧ୍ୟ ହଜାଇ ଦେଇଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ଆସନ୍ତାକାଲି(ସୋମବାର) ତାଙ୍କୁ ଭାରତ ଫେରାଇ ଅଣାଯିବା ନେଇ ମଧ୍ୟ ମନ୍ତ୍ରୀ ସିଂ ସ୍ପଷ୍ଟ କରିଛନ୍ତି ।