ଓଡିଶା

odisha

ETV Bharat / bharat

ଅନୁପ୍ରବେଶ ରୋକିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

LOCରେ ଅନୁପ୍ରବେଶ ରୋକିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ଯବାନ ଶହୀଦ । ସୂଚନା ଦେଲା ସେନା । ଅଧିକ ପଢନ୍ତୁ

ଅନୁପ୍ରବେଶ ଉଦ୍ୟମ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ
ଅନୁପ୍ରବେଶ ଉଦ୍ୟମ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

By

Published : Jul 9, 2022, 2:11 PM IST

ଶ୍ରୀନଗର:ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିୟନ୍ତ୍ରଣ ରେଖା (LOC) ପାକିସ୍ତାନ ପଟୁ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମକୁ ରୋକିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ନାମ ଯଶବୀର ସିଂ । ଗାରଙ୍ଗନାର ନିକଟବର୍ତ୍ତୀ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କୀଙ୍କୁ ରୋକିବା ପାଇଁ ଜାରି ରହିଥିବା ଅଭିଯାନରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ ଯବାନ ଯଶବୀର । ତାଙ୍କ ଦେହରେ ଏକାଧିକ ଗୁଳି ଲାଗିଥିଲା ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସେନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details