ଓଡିଶା

odisha

By ETV Bharat Odisha Team

Published : Oct 15, 2023, 9:01 PM IST

ETV Bharat / bharat

ସ୍ବିଡେନରେ ଭାରତୀୟ ରିସର୍ଚ୍ଚ ସ୍କଲାରଙ୍କ ମୃତ୍ୟୁ, ସ୍ବିଡେନ ନାଗରିକଙ୍କ ସମ୍ପୃକ୍ତି ସନ୍ଦେହ

ସ୍ବିଡନେ 32 ବର୍ଷୀୟ ରିସର୍ଚ୍ଚ ସ୍କଲାର ରୋଶନି ଦାସଙ୍କ ସନ୍ଦେହଜନକ ମୃତ୍ୟୁ । ମୃ୍ତ୍ୟୁ ଘଟଣାରେ ସ୍ବିଡନେ ନାଗରିକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛଇ । ମୃତଦେହକୁ ଫେରାଇ ଆଣିବା ପାଇଁ ସ୍ବିଡେନ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ । ଅଧିକ ପଢ଼ନ୍ତୁ

ସ୍ବିଡେନରେ ଭାରତୀୟ ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ
ସ୍ବିଡେନରେ ଭାରତୀୟ ରିସର୍ଚ୍ଚ ସ୍କଲାରଙ୍କ ସନ୍ଦେହଜନକ ମୃତ୍ୟୁ

କୋଲକତା: ସ୍ବିଡେନ 32 ବର୍ଷୀୟ ରିସର୍ଚ୍ଚ ସ୍କଲାର ରୋଶନି ଦାସଙ୍କ ସନ୍ଦେହଜନକ ମୃତ୍ୟୁ । ମୃ୍ତ୍ୟୁ ଘଟଣାରେ ସ୍ବିଡେନ ନାଗରିକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସେପଟେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ରୋଶନିଙ୍କ ମାଆ ଏକୁଟିଆ ରହୁଥିବା ବେଳେ ଝିଅର ମୃତଦେହକୁ ଫେରାଇ ଆଣିବା ପାଇଁ ସ୍ବିଡେନ ସରକାରଙ୍କୁ ଗୁହାରି କରିଛନ୍ତି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଦୁର୍ଗାପୁର ଡିପିଏଲ ଟାଉନସିପର ରୋଶନି ଦାସ ଦୁର୍ଗାପୁରରେ ନିଜର ସ୍କୁଲ ଶେଷ କରିବା ପରେ ବର୍ଦ୍ଦମାନ ଷ୍ଟେଟ କଲେଜରୁ ପ୍ରାଣୀବିଜ୍ଞାନ ଅନର୍ସରେ ଡିଗ୍ରୀ ହାସଲ କରିଥିଲେ । ପରେ ଭୁବନେଶ୍ବର ସ୍ଥିତ କଳିଙ୍ଗ ବିଶ୍ବବିଦ୍ୟାଳୟରେ ବାୟୋଟେକ୍ନୋଲୋଜିରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ । ଏହାପରେ ରୋଷନି ଉଚ୍ଚଶିକ୍ଷା ପାଇଁ ସ୍ବିଡେନ ଯିବା ସହ ଉମେଆ ବିଶ୍ବବିଦ୍ୟାଳୟରେ ନିଜର ରିସର୍ଚ୍ଚ ଆରମ୍ଭ କରିଥିଲେ । ସେଠାରେ ତାଙ୍କର ନ୍ୟୁରୋଲୋଜିରେ ପୋଷ୍ଟଡକ୍ଟରାଲର ଶେଷ ପର୍ଯ୍ୟାୟରେ ଥିଲା ।

ରୋଶନିଙ୍କ ମାଆ ମମତା ଦାସଙ୍କ କହିବା ଅନୁସାରେ, ଶେଷଥର ପାଇଁ ସେପ୍ଟେମ୍ବର 29ରେ ରୋଶନିଙ୍କ ସହ କଥା ହୋଇଥିଲେ । ଏହା ପରଠାରୁ ତାଙ୍କ ସହ ଯୋଗାଯୋଗରେ ନଥିଲେ । ଅକ୍ଟୋବର 12 ତାରିଖରେ ରୋଶନିଙ୍କ ମୃତଦେହ ଏକ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଥିବା ନେଇ ସ୍ବିଡେନ ଦୂତାବାସ ଭାରତୀୟ ଦୂତାବାସଙ୍କୁ ସୂଚନା ଦେଇଥିଲେ । ସବୁଠାରୁ ବଡ଼ କଥା ଦେଉଛି ଏହି ଘଟଣାରେ ଜଣେ ସ୍ବିଡେନ ନାଗରିକ ସମ୍ପୃକ୍ତ ଥିବା ସହ ତାଙ୍କୁ ସ୍ବିଡେନ ପୋଲିସ ଗିରଫ କରିଛି । ସେପଟେ ଝିଅର ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ରୋଶନିଙ୍କ ମାଆ ଏହା ମଧ୍ୟ କହିଛନ୍ତି, "2018 ମସିହାରେ ଝିଅ ନିଜର ରିସର୍ଚ୍ଚ ପାଇଁ ସ୍ବିଡେନ ଯାଇଥିଲେ । ଦୁର୍ଭାଗ୍ୟ ବଶତଃ ଠିକ ସମୟରେ ସେ ତାର କାର୍ଯ୍ୟ କରିପାରିନଥିଲା ଏବଂ ନିଜର ଖାଲି ସମୟରେ ଏହାକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିଲା । କିଛିଦିନ ପୂର୍ବରୁ ତାର କିଛି ଟଙ୍କାର ଆବଶ୍ୟକ ଥିଲା । ଅକ୍ଟୋବର 6 ତାରିଖରେ ତାକୁ ଟଙ୍କା ପଠାଇଥିଲି । ସବୁଥର ଟଙ୍କା ପଠାଇବା ପରେ ରୋଶନି ମତେ ଜଣାଇଥାଏ । କିନ୍ତୁ ସେଥର ରୋଶନି ଟଙ୍କା ପାଇଥିବା ନେଇ କୌଣସି ସୂଚନା ଦେଇନଥିଲା । ଏମିତିକି ତାର ଫୋନ ମଧ୍ୟ ବନ୍ଦ ଥିଲା । ଏହାପରେ ରୋଶନିର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିଲା । ଝିଅର ସନ୍ଦେଦଜନକ ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଝିଅର ମୃତଦେହ ଆମକୁ ହସ୍ତାନ୍ତର କରିବା ପାଇଁ ଆମେ ସ୍ବିଡେନ ସରକାରଙ୍କୁ ଅନୁରୋଧ କରିଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

For All Latest Updates

TAGGED:

ABOUT THE AUTHOR

...view details