ଓଡିଶା

odisha

ETV Bharat / bharat

ଭାରତରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ୍‌

୨୦୨୪-୨୦୨୫ରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କରାଯିବ । ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭକୁ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢ଼ନ୍ତୁ

ବନ୍ଦେ ଭାରତ ପରେ ଏବେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ୍‌
ବନ୍ଦେ ଭାରତ ପରେ ଏବେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ୍‌

By

Published : Feb 3, 2023, 12:50 AM IST

ନୂଆଦିଲ୍ଲୀ: ବନ୍ଦେ ଭାରତ ପରେ ଏବେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ରେଲୱେ ବଜେଟ ଉପସ୍ଥାପନ ପରେ ବନ୍ଦେ ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭକୁ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆର୍ଥିକ ବର୍ଷ ୨୩-୨୪ ରେ ରେଲୱେକୁ ୨ଲକ୍ଷ ୪୧ ହଜାର କୋଟି ଟଙ୍କାର ବଜେଟ ପ୍ରଦାନ କରାଯାଇଛି । ତେବେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ ସଫଳତାକୁ ଦୃଷ୍ଟିରେ ରଖି ୨୦୨୪-୨୦୨୫ରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି ।

ବନ୍ଦେ ଭାରତ ମେଟ୍ରୋ ଟ୍ରନ୍‌: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ପ୍ରେସ୍‌ମିଟ କରି କହିଛନ୍ତି, "୨୦୨୪-୨୦୨୫ରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କରାଯିବ । ବନ୍ଦେ ଭାରତ ମେଟ୍ରୋ ଟ୍ରନ୍‌ର ୧୨୫ରୁ ୧୩୦ କିଲୋମିଟର ସ୍ପିଡ୍‌ରେ ଗତି କରିବ । ଏହାର ଉତ୍ପାଦନ ଏବଂ ଡିଜାଇନ୍ କାର୍ଯ୍ୟ ଚଳିତ ବର୍ଷ କରାଯିବ । ୧୯୫୦ରୁ ୧୯୬୦ ଦଶକରେ ଡିଜାଇନ୍ ହୋଇଥିବା ଅନେକ ଟ୍ରେନ୍‌କୁ ରିପ୍ଲେସ କରାଯିବ । ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ର ଇଞ୍ଜିନ୍ ସମ୍ପୂର୍ଣ୍ଣ ହାଇଡ୍ରୋଜେନ୍ ଇନ୍ଧନ ଆଧାରିତ ହେବ । ଯାହାଫଳରେ ବାୟୁ ପ୍ରଦୂଷଣ ହେବାର ଆଶଙ୍କା କମ୍‌ ରହିବ । ଏହି ଟ୍ରେନ୍‌ରେ ରେଡ୍ ସିଗନାଲ୍ ବ୍ରେକିଂ, ଅଟୋମେଟିକ୍ ଡୋର, ଫାୟାର ସେନ୍ସର, ଜିପିଏସ୍, ଏଲଇଡି ସ୍କ୍ରିନ, ରୋକିବା ପାଇଁ ଆଧୁନିକ ବ୍ରେକ୍ ସିଷ୍ଟମ, ହାଇଟେକ୍‌ ସୁରକ୍ଷା ବ୍ୟବସ୍ଥା ରହିବ । ଏହି ଟ୍ରେନ୍‌ର ଟିକେଟ ବହୁତ କମ୍ ରହିବ । ଯାହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକମାନେ କମ୍‌ ଟଙ୍କାରେ ଅଧିକ ବାଟ ଯାତ୍ରା କରିପାରିବେ ।

ଦୀର୍ଘ ବର୍ଷ ଧରି ପୁଞ୍ଜି ବିନିଯୋଗ ଅଭାବରୁ ରେଲୱେ କାର୍ଯ୍ୟ ଆଶାନୁରୂପ ହୋଇ ପାରୁନଥିଲା । ରେଲୱେ ବଜେଟ ଉପସ୍ଥାପନ ପରେ ୨ଲକ୍ଷ ୪୧ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅମୃତ ଭରତ ଷ୍ଟେସନ ଯୋଜନା ଅଧୀନରେ ସାରା ଦେଶରେ ୧୨୭୫ ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି । ଏହି ଷ୍ଟେସନଗୁଡ଼ିକରେ ନୂଆଦିଲ୍ଲୀ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ - ମୁମ୍ବାଇ, ଯୋଧପୁର, ଜୟପୁର, ଗାନ୍ଧୀନଗର ପରି ମଧ୍ୟମ ରେଳ ଷ୍ଟେସନ ଏବଂ ଅନେକ ଛୋଟ ରେଳ ଷ୍ଟେସନ ଅନ୍ତର୍ଭୁକ୍ତ ରହିଛି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି , "ଚେନ୍ନାଇରେ ଅବସ୍ଥିତ ଆଇସିଏଫ ଠାରେ ବନ୍ଦେ ଭରତ ଟ୍ରେନ୍ ନିର୍ମାଣ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରିମିୟମ୍ ଟ୍ରେନର ଉତ୍ପାଦନ ସୋନିପାଟ, ଲାଟୁର ଏବଂ ରା ବରେଲିରେ ମଧ୍ୟ ଆରମ୍ଭ ହେବ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଦ୍ରୁତ ଉତ୍ପାଦନ ସହିତ ଦେଶର ପ୍ରତ୍ୟେକ କୋଣ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଗଡିବାର ପ୍ରୟୋଜନ କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details