ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଭାରତୀୟ ରେଳ ବିଭାଗର(Indian Railway) ବଡ଼ ପଦକ୍ଷେପ । ଏବେ ଟ୍ରେନ ଆସୁଥିବା ମହିଳାମାନଙ୍କୁ ସିଟ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ । ଯେଉଁଭଳି ବସ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ ରହିଥାଏ ସେହିଭଳି ଏବେ ଭାରତୀୟ ରେଳବାଇ ମଧ୍ୟ ମହିଳାମାନଙ୍କ ପାଇଁ ସିଟ ସଂରକ୍ଷଣ(special berths ) କରିବ ।
ତେବେ ଟ୍ରେନରେ ଦୂର ଯାତ୍ରା କରୁଥିବା ମହିଳାମାନଙ୍କ ଆରାମ ଦାୟକ ଯାତ୍ରା ପାଇଁ ସିଟ ସଂରକ୍ଷିତ କରାଯିବା ସହ ଅନେକ ସୁବିଧା ଉପଲବ୍ଧ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ(Union Railway Minister Ashwini Vaishnav) କହିଛନ୍ତି । ସେ କହିଛନ୍ତି ଯେ, ମେଲ ଓ ଏକ୍ସପ୍ରେସ ଟ୍ରେନର((Mail and Express Trains) ସ୍ଲିପର କ୍ଲାସରେ(Sleeper class) ୬ଟି ବର୍ଥ ସଂରକ୍ଷିତ ରହିବ । ଗରୀବ ରଥ, ରାଜଧାନୀ, ଦୂରନ୍ତ ସମେତ ସମସ୍ତ ଶୀତ ତାପ ନିୟନ୍ତ୍ରଣ ଏକ୍ସପ୍ରେସରେ ୩ ଟାୟାର ଏସି କୋଚରେ ବି ୬ ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।