ଓଡିଶା

odisha

ETV Bharat / bharat

Indian Railways: ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ଆୟ ବୃଦ୍ଧି - ରେଳବାଇ ଆୟ ବୃଦ୍ଧି

ସଂରକ୍ଷିତ ଯାତ୍ରୀ ବିଭାଗରେ, 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ବୁକ ହୋଇଥିବା ଯାତ୍ରୀଙ୍କ ମୋଟ ଆନୁମାନିକ ସଂଖ୍ୟା ହେଉଛି 6590 ଲକ୍ଷ । ଯାହା ଗତ ବର୍ଷ ସମାନ ଅବଧିରେ 6181 ଲକ୍ଷ ରହିଥିଲା ।

Etv Bharat
Etv Bharat

By

Published : Feb 3, 2023, 7:41 AM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଏପ୍ରିଲରୁ ଜାନୁୟାରୀ 2023 ମଧ୍ୟରେ ଯାତ୍ରୀ ବିଭାଗରେ ସମୁଦାୟ ଆନୁମାନିକ ଆୟ ହେଉଛି 54 ହଜାର 733 କୋଟି ଟଙ୍କା । ଗତ ବର୍ଷ ସମାନ ଅବଧିରେ ଏହି ପରିମାଣ 31 ହଜାର 634 କୋଟି ଟଙ୍କା ରହିଥିଲା ଯାହାକି ଚଳିତ ବର୍ଷ 73 ପ୍ରତିଶତର ଅଭିବୃଦ୍ଧି ହୋଇଛି ।

ସଂରକ୍ଷିତ ଯାତ୍ରୀ ବିଭାଗରେ, 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ବୁକ ହୋଇଥିବା ଯାତ୍ରୀଙ୍କ ମୋଟ ଆନୁମାନିକ ସଂଖ୍ୟା ହେଉଛି 6590 ଲକ୍ଷ । ଯାହା ଗତ ବର୍ଷ ସମାନ ଅବଧିରେ 6181 ଲକ୍ଷ ରହିଥିଲା । ଏଥିରେ 7% ବୃଦ୍ଧି ଘଟିଛି । 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ସଂରକ୍ଷିତ ଯାତ୍ରୀ ବିଭାଗରୁ ମିଳିଥିବା ଆୟ ହେଉଛି 42945 କୋଟି ଟଙ୍କା ଯାହା ଗତ ବର୍ଷ ସମାନ ଅବଧିରେ 29079 କୋଟି ଟଙ୍କା ଥିଲା ଏବଂ ଏଥିରେ 48% ବୃଦ୍ଧି ହୋଇଛି ।

ଅଣସଂରକ୍ଷିତ ଯାତ୍ରୀ ବିଭାଗରେ, 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ବୁକ ହୋଇଥିବା ଯାତ୍ରୀଙ୍କ ମୋଟ ଆନୁମାନିକ ସଂଖ୍ୟା ହେଉଛି 45180 ଲକ୍ଷ । ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ 19785 ଲକ୍ଷ ତୁଳନାରେ 128% ବୃଦ୍ଧି ଘଟିଛି । 1 ଏପ୍ରିଲରୁ 31 ଜାନୁୟାରୀ 2023 ମଧ୍ୟରେ ଅଣସଂରକ୍ଷିତ ଯାତ୍ରୀ ବିଭାଗରୁ ଉତ୍ପାଦିତ ରାଜସ୍ୱ 11788 କୋଟି ଟଙ୍କା ତୁଳନାରେ ଗତ ବର୍ଷ ସମାନ ଅବଧିରେ 2555 କୋଟି ଟଙ୍କା ରହିଥିଲା ଯାହାକି 361% ବୃଦ୍ଧି ଅଟେ ।

ABOUT THE AUTHOR

...view details